Pratidin TV

Odisha's Digital News Platform

ଜଗତସିଂହପୁର କେନାଲ ବନ୍ଧରେ ୨ଟି ଘାଇ : ରାଜପଥରେ ଚାଲିଲା ପାଣି , ତଳିଆ ଅଞ୍ଚଳ ଜଳମଗ୍ନ…

1 min read

ଜଗତସିଂହପୁର : ଚଳିତ ଲଘୁଚାପ ଜନିତ ବର୍ଷାରେ ଜଗତସିଂହପୁର ଜ଼ିଲ୍ଲାର ବିଭିନ୍ନ ଅଞ୍ଚଳ ଜଳମଗ୍ନ ହୋଇଯାଇଥିବା ବେଳେ ଜଗତସିଂହପୁର ମାଛଗାଁ ମୁଖ୍ୟ କେନାଲର ତରିକୁନ୍ଦଠାରେ ଦଶ ଫୁଟ ର ଘାଇ ଏବଂ ଦଳେଇ ଘାଇ କେନାଲ ବନ୍ଧ ନିକଟରେ କୋଡିଏ ଫୁଟ ର ଘାଇ ହେବା ଦ୍ଵାରା ଆଖ ପାଖ ଅଂଚଳର ଘର ଦ୍ଵାର, କ୍ଷେତ ସମ୍ପୂର୍ଣ ଜଳମଗ୍ନ ହୋଇଯାଇଛି । ଘାଇ ଯୋଗୁଁ କଟକ-ଜଗତସିଂହପୁର ୫୫ ନମ୍ବର ଜାତୀୟ ରାଜପଥରେ ଲହଡି ମାରୁଛି ପାଣି ।

ଏହା ସହ ରାସ୍ତା ଘାଟରେ ପାଣି ଜମି ରହିଛି ଯାହାଫଳରେ ଯାତାୟତ ସମ୍ପୂର୍ଣ ଠପ ହୋଇଯାଇଛି । ଜ଼ିଲ୍ଲା ପ୍ରଶାସନିକ ଅଧିକାରୀ, ଜଳ ସେଚନ ଅଧିକାରୀ ଘଟଣା ସ୍ଥଳରେ ଉପସ୍ଥିତ ରହି ପରିସ୍ଥିତି ଙ୍କୁ ଅନୁଧ୍ୟାନ କରି ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଅପରପକ୍ଷରେ ଚାରିଆଡେ ଜଳମଗ୍ନ ଦେଖି ସ୍ଥାନୀୟ ଜନସାଧାରଣ ଭୟଭୀତ ଅଛନ୍ତି ।

ତେବେ କେନାଲ ପାଣି ଆଖ ପାଖ ଗାଁରେ ପଶିବା ସହ , ନିକଟରେ ଥିବା ଦୋକାନ ଗୁଡିକରେ ମଧ୍ୟ ପାଣି ପଶିଯାଇଛି । ଏହା ସହ ପାଣି ଗୁଡିକ ଚାଷ ଜମିରେ ପ୍ରବେଶ କରିଥିବାରୁ ଚାଷ କାମ ପ୍ରଭାବିତ ହୋଇଛି ।

Leave a Reply

Your email address will not be published. Required fields are marked *