Pratidin TV

Odisha's Digital News Platform

ଘନ କୁହୁଡି ଚାଦରରେ ରାଜଧାନୀ ଦିଲ୍ଲୀ; କମୁନି ବାୟୁ ପ୍ରଦୂଷଣ ପରିସ୍ଥିତି

1 min read

Capital Delhi under thick fog; Community air pollution situation

ଦିଲ୍ଲୀରେ ବାୟୁରେ ବିଷ । ଦିନ ଦିନକୁ ଖରାପ ହେଉଛି ଦିଲ୍ଲୀ ପରିବେଶ । ଦିଲ୍ଲୀରେ ପୂର୍ବ ବର୍ଷମାନଙ୍କ ଭଳି ଏଥର ମଧ୍ୟ ଶୀତ ଆରମ୍ଭ ହେବା ପୂର୍ବରୁ ପ୍ରଦୂଷଣସ୍ତର ଉଦ୍‌ବେଗଜନକ ସ୍ଥିତିରେ ପହଞ୍ଚିଛି। ଦୀପାବଳି ପରେ ସ୍ଥିତି ଆହୁରି ଭୟଙ୍କର ପରିସ୍ଥିତି | ଦୀପାବଳି ସରିବାର ୧୩ ଦିନ ହୋଇଗଲାଣି କିନ୍ତୁ ବାୟୁ ପ୍ରଦୂଷଣ କମ ହେବାର ନା ନେଉନାହିଁ | ତେବେ ଶୀତ ପାଗ ଆସିବା ଧୀରେ ଧୀରେ ଆରମ୍ଭ କରିଛି | କୁହୁଡି ମଧ୍ୟ ହେବା ଆରମ୍ଭ ହେଲାଣି, ଅନ୍ୟପଟେ ବାୟୁ ପ୍ରଦୂଷଣ | ତେବେ ବୁଧବାର ସକାଳେ ଦିଲ୍ଲୀର ବାୟୁ ଗୁଣବତ୍ତା “ଅତ୍ୟନ୍ତ ଖରାପ” ବା ଭେରି ପୋର୍‌ ବର୍ଗରେ ରହିଛି।

ସୂଚନା ଅନୁଯାୟୀ, ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ମଙ୍ଗଳବାର ସନ୍ଧ୍ୟାରେ ୩୧୬ ରହିଥିବା ବେଳେ ବୁଧବାର ସକାଳେ ୩୬୧ରହିଛି। ରାଜଧାନୀର ଅନେକ ଅଞ୍ଚଳରେ ୩୦୦ରୁ ଅଧିକ ଏକ୍ୟୁଆଇ ରେକର୍ଡ କରାଯାଇଛି। ଲୋକେ ପ୍ରଦୂଷଣ ଯୋଗୁ ଅଣନିଶ୍ୱାସୀ ହୋଇପଡିଛନ୍ତି। ଆଜି ସକାଳୁ ଏଭଳି କିଛି ରହିଛି ଦିଲ୍ଲୀର ହାଲ୍‌।

Advertisement

ଆଜି ସକାଳେ ଦିଲ୍ଲୀର ହାରାହାରି AQI ୩୪୪ ଥିବା ରେକର୍ଡ କରାଯାଇଛି। ସେହିପରି ଅୟାନ ନଗରରେ ବାୟୁର ଗୁଣବତ୍ତା ଅତ୍ୟନ୍ତ ଖରାପ ଶ୍ରେଣୀରେ ଥିବା ରେକର୍ଡ ହୋଇଛି। ଏଠାକାର AIQ ସକାଳ ୮ଟା ସୁଦ୍ଧା ୪୧୭ ଥିବା ରେକର୍ଡ କରାଯାଇଛି।

ବାୟୁ ପ୍ରଦୂଷଣକୁ ହ୍ରାସ କରିବା ପାଇଁ ଦିଲ୍ଲୀ ସରକାର ଏବଂ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ବିଭିନ୍ନ ପଦକ୍ଷେପ ନେଇଛନ୍ତି। ଯାନ ସଂଖ୍ୟାକୁ ନିୟନ୍ତ୍ରଣ କରିବା, ନିର୍ମାଣ କାର୍ଯ୍ୟ ଉପରେ ନିଷେଧାଦେଶ ଏବଂ ନଢ଼ା ଜଳିବା ଉପରେ ମଧ୍ୟ ରୋକ୍‌ ଲଗାଯାଇଛି। ତଥାପି କମ୍‌ ହେଉନି ପ୍ରଦୂଷଣ।

Leave a Reply

Your email address will not be published. Required fields are marked *