Pratidin TV

Odisha's Digital News Platform

କ୍ୟାପିଟାଲ ହସ୍ପିଟାଲରେ ଶିଶୁ ଅଦଳବଦଳ ଘଟଣା ; ଆଜି ମା ଓ ଶିଶୁର ହେବ ଡିଏନଏ ଟେଷ୍ଟ ….

1 min read

ଭୁବନେଶ୍ୱର ; ଖୁବ୍ ଶୀଘ୍ର ଖୋଲିବ କ୍ୟାପିଟାଲ ହସ୍ପିଟାଲର ଗୁମର । ହସ୍ପିଟାଲ ନାଁରେ ହୋଇଥିବା ଅଭିଯୋଗ ସତ କି ମିଛ ତାହାର ପ୍ରମାଣ ଆଜି ହୋଇଯିବ । ଠିକ୍ ୫ ଦିନ ତଳେ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲକୁ ଆସିଥିବା ରାଜକନିକା ଅଞ୍ଚଳର ପ୍ରାଣ କୃଷ୍ଣ ବିଶ୍ଵାଳ ଙ୍କ ପତ୍ନୀ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିବା ପ୍ରଥମେ ନର୍ସ ଆସି ଜଣାଇଥିଲେ । କିନ୍ତୁ ଠିକ୍ ୧୫ ମିନିଟ୍ ପରେ ହାତରେ ଏକ କନ୍ୟା ସନ୍ତାନ ଦେବା ସହ ନର୍ସ କହିଥିଲେ ଯେ ଆପଣଙ୍କର ଝିଅ ହୋଇଥିଲା ଭୁଲବସତ ଆମ ପାଟିରୁ ପୁଅ ବାହାରିଯାଇଥିଲା । ଯାହାକୁ ବିଶ୍ୱାସ କରିପାରିନଥିଲେ ପ୍ରାଣକୃଷ୍ଣ ।

ଏନେଇ ସେ ହସ୍ପିଟାଲ ଡାଇରେକ୍ଟ ଓ କ୍ୟାପିଟାଲ ଥାନାରେ ଅଭିଯୋଗ କରିଥିଲେ । ଯାହାପରେ ମେଡିକାଲ ପକ୍ଷରୁ ତଦନ୍ତ କରାଯାଇଛି । ତା ସହ କ୍ୟାପିଟାଲ ଥାନ ପୋଲିସ ମଧ୍ୟ ଡିଏନଏ ପରୀକ୍ଷା ପାଇଁ କୋର୍ଟର ଅନୁମତି ଲୋଡିଥିଲା । ଯାହାକୁ ଆଧାର କରି ଆଜି ସମୃକ୍ତ ମାମଲାରେ ଡିଏନଏ ଟେଷ୍ଟ କରାଇବା ପାଇଁ ମାନ୍ୟବର କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

Advertisement

Leave a Reply

Your email address will not be published. Required fields are marked *