Pratidin TV

Odisha's Digital News Platform

ସକାଳୁ ସକାଳୁ ଭୟଙ୍କର ଦୁର୍ଘଟଣା ; ବିଦ୍ୟୁତ୍ ଖୁଣ୍ଟକୁ ପିଟି ଛିନଛତର ହେଲା କାର୍ , ୨ ମୃତ ୨ ଗୁୁରୁତର ଆହତ …..

1 min read

ଭଦ୍ରକ ; ସକାଳୁ ସକାଳୁ ଭୟଙ୍କର ଦୁର୍ଘଟଣା । ରାସ୍ତା କଡରେ ବୋର୍ଡରେ ବଡ ବଡ ଅକ୍ଷରରେ ଲେଖାହୋଇଛି ଗାଡି ଧିରେ ଚଳାନ୍ତୁ ତଥାପି କାହିଁକି ମାନୁନାହାନ୍ତି ଲୋକେ ।

ସୋମବାର କଲିକତାରୁ ଭୁବନେଶ୍ୱର ଆସୁଥିବା OD05Z7207 ନଂ ବିଶିଷ୍ଟ ଗାଡି ୧୬ ନମ୍ବର ଜାତୀୟ ରାଜପଥର ଭଦ୍ରକ ଜିଲ୍ଲା ରାଣୀତାଲ ଛକ ନିକଟ ରେ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଗତକାଲି ଵିଳମ୍ବିତ ରାତିରେ ଘଟିଛି ଏପରି ଭୟଙ୍କର ଦୁର୍ଘଟଣା। କାରଟି ଭାରସାମ୍ୟ ହରାଇ ବିଦ୍ୟୁତ୍ ଖୁଣ୍ଟିକୁ ଧକ୍କା ଦେଇଥିଲା ଫଳରେ ଗାଡିର ଆକ ସମ୍ପୂର୍ଣ୍ଣ ଭାବରେ ନଷ୍ଟ ହୋଇଯାଇଥିଲା ।

Advertisement

ଖବର ପାଇ ଗ୍ରାମାଞ୍ଚଳ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛି। ଗାଡିରେ ଥିବା ୪ ଜଣଙ୍କ ମଧ୍ୟରୁ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ଥିବା ମେଡିକାଲ କତ୍ତୃପକ୍ଷ ସୂଚନା ଦେଇଛନ୍ତି । ତେବେ ଗୁରୁତର ଦୁଇ ଜଣଙ୍କ ମଧ୍ୟରୁ କଟକ ମେଡିକାଲକୁ ସ୍ଥାନାନ୍ତର ହୋଇଥିବା ଜଣେ ଵର୍ତ୍ତମାନ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଗ୍ରାମାଞ୍ଚଳ ପୋଲିସ ଘଟଣା ସ୍ଥଳରେ ଅଧିକ ତଦନ୍ତ ଜାରି ରଖିଛି ।

Leave a Reply

Your email address will not be published. Required fields are marked *