Pratidin TV

Odisha's Digital News Platform

ବମିଖାଲ ଛାତିଥରା ଦୁର୍ଘଟଣା ; ଆଖି ବୁଜିଲେ ଗାଡିରେ ଥିବା ଯୁବ ଡାକ୍ତର ….

ଭୁବନେଶ୍ୱର ; ଗତକାଲି ବମିଖାଲ ରେଲୱେ ଓଭରବ୍ରିଜ ତଳେ ଘଟିଥିବା ଏକ ମର୍ମନ୍ତୁଦ ଦୁର୍ଘଟଣା ରେ ଜଣେ ଡାକ୍ତରଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି ।

ଖବର ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ କାରଟି ରସୁଲଗଡ଼ ପଟୁ କଳ୍ପନା ଆଡକୁ ଯାଉଥିବା ବେଳେ ବମିଖାଲ ବ୍ରିଜର ଡିଭାଇଡରେ ପିଟି ହୋଇଥିଲେ। ଫଳରେ କାରଟି ଚୁରମାର ହୋଇଯାଇଥିବା ବେଳେ ସେଥିରେ ଗୁରୁତର ଅବସ୍ଥାରେ ଥିବା ଜଣେ ଯୁବକଙ୍କୁ ତୁରନ୍ତ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । କ୍ୟାପିଟାଲ ହସପିଟାଲରେ ତାଙ୍କର ଶବ ବ୍ୟବଚ୍ଛେଦ କରାଯାଇଥିବା ବେଳେ ପୁଲିସ ଘଟଣାର ତଦନ୍ତ କରୁଛି।

ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ଗାଡିରେ ଥିବା ଯୁବକ ଜଣକ ଡାକ୍ତର (ଅମୀତ ବିଶୋୟୀ) । ତାଙ୍କ ଘର ଗଞ୍ଜାମ ଜିଲ୍ଲାରେ ହୋଇଥିବା ବେଳେ ସେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଡାକ୍ତର ଥିଲେ । ଗତକାଲି ଏହି ଭୟଙ୍କର ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଛି ।

ତେବେ ଡିସେମ୍ବର ୧୦ ତାରିଖରେ ଡାକ୍ତର ଅମୀତଙ୍କ ନିର୍ବନ୍ଧ ଥିଲା । ଏବଂ ୨୦୨୪ ଫ୍ରେବୃଆରି ୨୮ ରେ ତାଙ୍କ ବାହାଘର ହୋଇଥାନ୍ତା । କିନ୍ତୁ ଦୁର୍ଭାଗ୍ୟର କଥା ନିର୍ବନ୍ଧ ପୂର୍ବରୁ ହିଁ ତାଙ୍କ ଜୀବନ ଚାଲିଗଲା ।

Leave a Reply

Your email address will not be published. Required fields are marked *