Pratidin TV

Odisha's Digital News Platform

ଅର୍ଦ୍ଧନିର୍ମିତ ରିଙ୍ଗ ରୋଡରେ ବାଇକ-କାର ଧକ୍କା , ଆଖିବୁଜିଲେ ଡ୍ରାଇଭର ….

ସୁବର୍ଣ୍ଣପୁର ; ଓଡିଶାକୁ ଗ୍ରାସିଛି ସଡକ ଦୁର୍ଘଟଣା । ଥମିବାର ନାଁ ନେଉଁନି , ଦିନକୁ ଦିନ ଯାଉଛି ନିରୀହ ଜୀବନ । ଗତ ୭ ଦିନ ଭୀତରେ ଓଡିଶାରେ ଦୁର୍ଘଟଣାରେ ଗଲାଣି ୧୦୦ ରୁ ଉର୍ଦ୍ଧ ଜୀବନ । ସରକାର ସଡକ ସୁରକ୍ଷା ଜୀବନ ରକ୍ଷା ପାଇଁ ଅନେକ ନିୟମା ବଳି କରୁଥିବା ବେଳେ କିନ୍ତୁ ସବୁ ଫେଲ ମାରିଛି । ସେହିଭଳି ନିକଟରେ ଘଟଗାଁରେ ଦୁଇ ପରିବାରର ସଡକ ଦୁର୍ଘଟଣାରେ ୮ ଜଣଙ୍କ ଜୀବନ ଯାଇଥିବା ବେଳେ , ରବିବାର ଜଣେ ଶିକ୍ଷୟତ୍ରୀଙ୍କର ଜୀବନ ନେଇଛି ଦୁର୍ଘଟଣା ।

ସେହିପରି ଗତକାଲି ମଧ୍ୟ ସୁବର୍ଣ୍ଣପୁର ସହରର ମହାନଦୀ ନିକଟ ଅର୍ଦ୍ଧନିର୍ମିତ ରିଙ୍ଗ ରୋଡରେ ବାଇକ ଓ କାର ମଧ୍ୟରେ ଦୁର୍ଘଟଣା ଘଟିଛି । ଫଳରେ ବାଇକ ଚାଳକଙ୍କ ମୃତ୍ୟୁ ଘଟିଛି ।

ବାଇକ ଚାଳକ ଜଣକ ଜିଲ୍ଲା ପରିବହନ କାର୍ଯ୍ୟାଳୟ କର୍ମଚାରୀ ସନ୍ତୋଷ କୁମାର ଗୁରୁ ବୋଲି ସୂଚନା ମିଳିଛି । ଦୁର୍ଘଟଣା ପରେ ରିଙ୍ଗରୋଡରେ ଇଭିନିଙ୍ଗ ୱାକ କରୁଥିବା ଲୋକେ ସନ୍ତୋଷଙ୍କୁ ସୋନପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇ ଥିଲେ । ହେଲେ ମୁଖ୍ୟ ଚିକିତ୍ସାଳୟର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଘଟଣା ସ୍ଥଳରେ ସୋନପୁର ପୋଲିସ ପହଚିଂ ତଦନ୍ତ ଆରମ୍ଭ କରିଛି ।

Leave a Reply

Your email address will not be published. Required fields are marked *