Pratidin TV

Odisha's Digital News Platform

କାର ବାଇକ୍ ମୁହାଁମୁହିଁ ଧକ୍କା ; ବାପ ପୁଅ ମୃତ,ଝିଅ ଗୁରୁତର

ନୂଆପଡା ; ଦୁର୍ଘଟଣା ଉଜାଡି ଦେଲା ସୁନାର ସଂସାର । ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ଅନ୍ତର୍ଗତ କାପସି ବର ଗାଁ ରାସ୍ତାରେ କାର ବାଇକ୍ ଦୁର୍ଘଟଣାରେ ବାପ ପୁଅ ମୃତ, ଝିଅ ଗୁରୁତର। ଖବର ମୁତାବକ ସିନାପାଲି ବ୍ଲକ ଭରୁଆ ମୁଣ୍ଡା ଗ୍ରାମ ପଞ୍ଚାୟତ ଚଚରା ଭଟା ଗ୍ରାମର ଅନ୍ତରାମ ତାଣ୍ଡି, ବୟସ ୬୨, ତାଙ୍କ ପୁଅ ଲିଙ୍ଗରାଜ ତାଣ୍ଡି ବୟସ ୨୮ ବର୍ଷ ଓ ଝିଅ ବେଲମତି ତାଣ୍ଡିଙ୍କ ସହ କୌଣସି କାମରେ ବର ଗାଁ ଯାଇ ନିଜ ଗ୍ରାମକୁ ରବିବାର ସନ୍ଧ୍ୟାରେ ଫେରୁଥିବା ସମୟରେ ସାମ୍ନା ପଟୁ ଆସୁଥିବା ଏକ ମାରୁତି ସୁଜୁକି କାର ସହ ମୁହାମୁହିଁ ଧକ୍କା ହୋଇଥିଲା।

କାର ଧକ୍କାରେ ଘଟଣା ସ୍ଥଳରେ ବାପା ଅନ୍ତରାମଙ୍କ ମୃତ୍ୟୁ ଘଟିଥିବା ବେଳେ ଅଗ୍ନିଶମ କର୍ମଚାରୀ ଲିଙ୍ଗରାଜ ଓ ବେଳମତିଙ୍କୁ ଉଦ୍ଧାର କରି ସିନାପାଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ସେଠାରେ ଡାକ୍ତର ଲିଙ୍ଗରାଜଙ୍କୁ ମୃତ ଘୋଷଣା କରିଥିଲେ। ଝିଅ ବେଳମତି ଗୁରୁତର ଥିବାରୁ ତାଙ୍କୁ ନୂଆପଡ଼ା ଜିଲ୍ଲା ସ୍ବାସ୍ଥ୍ୟ କେନ୍ଦ୍ରକୁ ରେଫର୍ କରାଯାଇଛି।

ସିନାପାଲି ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ବେଳେ କାର ଡ୍ରାଇଭର ଫେରାର ରହିଛି। ଏହି ପରିବାରକୁ ସହଯୋଗ କରି କାର ଡ୍ରାଇଭରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି କରିଛନ୍ତି ଭରୁଆ ମୁଣ୍ଡା ସରପଞ୍ଚ ବିରଞ୍ଚି ଜଗତ।

Leave a Reply

Your email address will not be published. Required fields are marked *