Pratidin TV

Odisha's Digital News Platform

ନଦୀରେ ବୁଡିଗଲା କାର୍ ; ଡେଇଁ ପଡିଲେ ମହିଳା , ଗଭୀର ପାଣିରେ କାର ସହ ବୁଡିଗଲେ ଡ୍ରାଇଭର..

ଝାରସୁଗୁଡା : ଓଡିଶା ଛତିଶଗଡ଼ ସୀମାନ୍ତରେ ଥିବା ଛତିଶଗଡ଼ ରାଜ୍ୟର ରାୟଗଡ଼ ଜିଲ୍ଲାରେ ଘଟିଛି ଏକ ଅଭାବନୀୟ ଘଟଣା । ଗତକାଲି ସନ୍ଧ୍ୟାରେ ରାୟଗଡ ସହର ମଧ୍ୟରେ ପ୍ରବାହିତ ହେଉଥିବା କେଲୋ ନଦୀରେ ଏକ କାର ଭାସୁଥିବା ଦେଖିବାକୁ ମିଳିଥିଲା କାର ନିୟନ୍ତ୍ରଣ ବାହାରକୁ ଯାଇ କେଲୋ ନଦୀରେ ଭାସୁଥିବା ସ୍ଥାନୀୟ ଲୋକେ ପୋଲିସକୁ ସୂଚନା ଦେଇଥିଲେ ।

ପରବର୍ତ୍ତୀ ସମୟରେ ଡ୍ରାଇଭର ସହିତ କାରଟି ନଦୀରେ ଭାସିଯାଇ ନଦୀରେ ବୁଡ଼ିଗଲା । କାରରେ ବସିଥିବା ଜଣେ ମହିଳା ଗାଡ଼ି ଭିତରୁ ପାଣିକୁ ଡେଇଁପଡି ନିଜର ଜୀବନ ରକ୍ଷା କରିଥିଲେ ଏହାପରେ ସ୍ଥାନୀୟ ଲୋକେ ତାଙ୍କୁ ନଦୀ ଭିତରୁ ଉଦ୍ଧାର କରିଥିଲେ । ତେବେ କାର ଭିତରେ କେତେଜଣ ଥିଲେ ଓ କେଉଁ ପରିସ୍ଥିତିରେ କାର ନଦୀକୁ ଗଲା ସ୍ପଷ୍ଟ ହୋଇନାହିଁ ।

କାର ଡ୍ରାଇଭର କାର ସହିତ ଭାସିଯାଇ ଥିବାରୁ ଡ୍ରାଇଭରର ସୂଚନା ଏପର୍ଯ୍ୟନ୍ତ ଜଣା ପଡିନାହିଁ। ଘଟଣାସ୍ଥଳରେ ଚକ୍ରଧରନାଗର ପୋଲିସ ଓ ଉଦ୍ଧାରକାରୀ ଦଳ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।

Leave a Reply

Your email address will not be published. Required fields are marked *