Pratidin TV

Odisha's Digital News Platform

ସମୁଦ୍ର ମଝିରୁ ଜାହାଜ ଅପହରଣ,ଜାହାଜରେ ଅଛନ୍ତି ୧୫ ଭାରତୀୟ..

1 min read

ଲାଇବେରିଆର ଏକ ଜାହାଜକୁ ସୋମାଲିଆ ଉପକୂଳବର୍ତ୍ତୀ ସମୁଦ୍ରରେ ଅପହରଣ କରାଯାଇଛି ।ଆରବ ସାଗରରେ ମାଲବାହୀ ଜାହାଜ ଅପହରଣ ହୋଇ ଯାଇଛି । ସୋମାଲିଆ ଉପକୂଳ ଦେଇ ଏକ ମାଲବାହୀ ଜାହାଜ ଯାଉଥିବା ସମୟରେ ଏହାକୁ ଅପହରଣ କରାଯାଇଥିବା ଜଣାପଡିଛି । ଅପହରଣ ହୋଇଥିବା ଜାହାଜାର ନାଁ ଏମଭି ଲୀଲା ନୋରଫୋକ ଗତକାଲି ରାତିରେ ଜାହାଜକୁ ଅପହରଣ କରାଯାଇଥିବା ସୂଚନା ମିଳିଛି । ଅସ୍ତ୍ରଶସ୍ତ୍ର ଧରି ୫ରୁ ୬ଜଣ ଅଜଣା ବ୍ୟକ୍ତି ଜାହାଜରେ ପଶି କ୍ରିୟୁ ମେମ୍ବରଙ୍କୁ ପଣବନ୍ଦି କରିବା ସହ ଜାହାଜର ଗତିପଥକୁ ବଦଳାଇ ଦେଇଛନ୍ତି ।ଅପହୃତ ଜାହାଜରେ ୧୫ ଜଣ ଭାରତୀୟ ଥିଲେ। ସମସ୍ତ ୧୫ ଜଣ ଜାହାଜର କ୍ରୁ ମେମ୍ବର ଅଟନ୍ତି ।

ସେମାନଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ପଦକ୍ଷେପ ନେଇଛି ଭାରତୀୟ ନୌସେନା। ଅପହୃତ ଜାହାଜକୁ ଖୋଜିବା ପାଇଁ ଭାରତୀୟ ନୌସେନା ଏହାର ଯୁଦ୍ଧ ଜାହାଜ ଆଇଏନ୍ଏସ୍ ଚେନ୍ନାଇକୁ ନିୟୋଜିତ କରିଛି । ଏନେଇ ଜଣେ ନୌସେନା ଅଧିକାରୀ ସୂଚନା ଦେଇଛନ୍ତି। ଭାରତୀୟ ନୌସେନା ଅଧିକାରୀଙ୍କ କହିବା ଅନୁଯାୟୀ ଅପହରଣ ହୋଇଥିବା ଜାହାଜର ଖୋଜାଖୋଜି ଅଭିଯାନକୁ ବ୍ୟାପକ କରାଯାଇଛି । ଗୁରୁବାର ସନ୍ଧ୍ୟାରେ ଏହି ଜାହାଜର ଅପହରଣ ସମ୍ପର୍କରେ ସୂଚନା ମିଳିଥିଲା। ସୋମାଲିଆ ଉପକୂଳରୁ ଅପହରଣ ହୋଇଥିବା ଏହି ଜାହାଜରେ ଲାଇବେରିଆର ପତାକା ଲାଗିଛି । ଭାରତୀୟ ନୌସେନା ବିମାନ ଲଗାତାର ଅପହୃତ ଜାହାଜର ଚାଳକ ଦଳ ସହ ଯୋଗାଯୋଗ ସ୍ଥାପନ କରିବାରେ ସକ୍ଷମ ହୋଇଛି । ଚାଳକ ଦଳର ସବୁ ସଦସ୍ୟ ଜାହାଜ ଭିତରେ ସୁରକ୍ଷିତ ଅଛନ୍ତି ।ତେବେ ସୋମାଲିଆ ନିକଟରେ ଜାହାଜ ଅପହରଣ ଘଟଣା ନୂଆ ନୁହେଁ।

Advertisement

Leave a Reply

Your email address will not be published. Required fields are marked *