Pratidin TV

Odisha's Digital News Platform

ଗଛ ଖାଉଛି ମାଂସ: ସାମ୍ନାକୁ ଆସିଲା ପ୍ରଥମ ଫଟୋ

1 min read

ନୂଆଦିଲ୍ଲୀ:ଗଛ ମାଂସ ଖାଉଚି । ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ କଥାଟି ସତ । ଏମିତି ଏକ ଗଛର ଫଟୋ ଶେୟାର କରାଯାଇଛି । ଉତ୍ତରାଖଣ୍ଡର ମଣ୍ଡଳ ଭ୍ୟାଲିରେ ଏହି ଗଛଟି ଦେଖିବାକୁ ମିଳିଛି । ଏହି ଗଛର ନା ହେଉଛି ୟୁଟ୍ରିକୁଲାରିଆ ଫୁର୍ସେଲାଟା । ଚାମୋଲି ଜିଲ୍ଲାରେ ଦେଖିବାକୁ ମିଳିଥିବା ଏହି ଗଛଟି ସମୁଦ୍ର ପତ୍ତନ ଠାରୁ ୪୮୦୦ ଫୁଟ ଉଚ୍ଚରେ ରହିଛି ।

ଏହି ଗଛଟି ପୂର୍ବରୁ ବିଶ୍ୱର ଅନେକ ସ୍ଥାନରେ ଦେଖିବାକୁ ମିଳିଥାଏ । ତେବେ ଭାରତରେ ଏହି ଗଛ ପ୍ରଥମ ଥର ପାଇଁ ଦେଖିବାକୁ ମିଳିଛି । କେବଳ ଭାରତ ନୁହେଁ ସମଗ୍ର ପଶ୍ଚିମ ହିମାଳୟରେ ଏହି ଗଛ ପ୍ରଥମ ଥର ପାଇଁ ଦେଖିବାକୁ ମିଳିଛି ।

Advertisement

ଉତ୍ତରାଖଣ୍ଡ ଜଙ୍ଗଲ ବିଭାଗ ପକ୍ଷରୁ ରେଞ୍ଜ ଅଫିସର ହରିଶ୍ ନେଗି ଓ ମନୋଜ ସିଂ ଏହି ଗଛକୁ ଆବିଷ୍କାର କରିଛନ୍ତି । ଏହି ଗଛରେ ଧଳା ରଙ୍ଗର ଫୁଲ ଫୁଟିଥାଏ । କୌଣସି କୀଟ ଅଥବା ମଶା ଏହି ଫୁଲ ଉପରେ ବସିଲେ ଏହି ଫୁଲ ତାକୁ ଖାଇ ଦେଇଥାଏ । ପ୍ରଥମ ଥର ଭାରତୀୟ ଉପ ମହାଦେଶରେ ଏହି ଗଛ ଆବିଷ୍କାର ହେବା ଉଦ୍ଭିଦ ବିଜ୍ଞାନୀଙ୍କ ପାଇଁ ଏକ ନୂତନ ଆଶା ସଞ୍ଚାର କରିଛି ।

Leave a Reply

Your email address will not be published. Required fields are marked *