Pratidin TV

Odisha's Digital News Platform

ଦୈାଡିଯାଇ ବିରାଟଙ୍କୁ କୁଣ୍ଢାଇଥିବା ୱେନ୍ ଜନସନଙ୍କୁ ଜେରା କଲା କ୍ରାଇମବ୍ରାଞ୍ଚ, ଲଗିଲା ୨ଟି ଦଫା..

1 min read

ଗୁଜୁରାଟ: ଭାରତ-ଅଷ୍ଟ୍ରେଲିଆ ବିଶ୍ୱକପ ଫାଇନାଲ ମ୍ୟାଚରେ ଅନଧିକୃତ ଭାବେ ଗ୍ରାଉଣ୍ଡରେ ପ୍ରବେଶ କରିଥିବା ବ୍ୟକ୍ତିଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି । ଗତକାଲି ଅହମ୍ମଦାବାଦ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଫାଇନାଲ ମ୍ୟାଚ ଚାଲିଥିବା ବେଳେ ଏହି ଯୁବକ ଜଣକ ସୁରକ୍ଷା ଭଙ୍ଗ କରି ହଠାତ ଗ୍ରାଉଣ୍ଡ ମଧ୍ୟକୁ ପ୍ରବେଶ କରି ବିରାଟଙ୍କୁ ଆଲିଙ୍ଗନ କରିଥିଲେ । ତେବେ ପାଲେଷ୍ଟାଇନକୁ ସମର୍ଥନ କରୁଥିବା ତଥା ସୁରକ୍ଷା ଉଲ୍ଲଂଘନ କରୁଥିବା ଏହି ଯୁବକଙ୍କ ବିରୋଧରେ ଅହମ୍ମଦାବାଦର ଚାନ୍ଦକେଡା ପୋଲିସ ଷ୍ଟେସନରେ ୱେନ ଜନସନ ନାମକ ଜଣେ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ଅଭିଯୁକ୍ତ ଜଣକ ଅଷ୍ଟ୍ରେଲିଆର କ୍ରିକେଟ ପ୍ରେମୀ ହୋଇଥିବା ବେଳେ ନିଜକୁ ବିରାଟ କୋହଲିଙ୍କ ଜଣେ ବଡ଼ ପ୍ରଶଂସକ ବୋଲି ବର୍ଣ୍ଣନା କରିଛନ୍ତି । ସେ ମ୍ୟାଚ୍ ଦେଖିବାକୁ ଆସିଥିବା ବେଳେ ସେ ରେଲିଂ ପାର ହୋଇ ତଳେ ପଡିଯାଇଥିଲେ । ତେବେ ଏହି ପାଲେଷ୍ଟାଇନ ସମର୍ଥକ ପାଲେଷ୍ଟାଇନ ସ୍ଲୋଗାନ ସହିତ ଟି-ସାର୍ଟ ଏବଂ ପାଲେଷ୍ଟାଇନର ପତାକା ରଙ୍ଗର ଥିମ୍ ସହିତ ମାସ୍କ ପିନ୍ଧି ପଡ଼ିଆ ମଧ୍ୟକୁ ପ୍ରବେଶ କରିଥିଲେ । ତେଣୁ ଗୁଜୁରାଟ କ୍ରିକେଟ୍ ଆସୋସିଏସନର ଷ୍ଟାଡିୟମରେ ଅନଧିକୃତ ପ୍ରବେଶ ପାଇଁ ଆଇପିସିର ଧାରା ୩୩୨, ୪୪୭ ଅନୁଯାୟୀ ଅଭିଯୁକ୍ତଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି । ଏଥି ସହିତ ଅଧିକ ତଦନ୍ତ ପାଇଁ ଅଭିଯୁକ୍ତଙ୍କୁ କ୍ରାଇବାଞ୍ଚକୁ ହହସ୍ତାନ୍ତର କରାଯାଇଥିବା ବେଳେ ଆଜି ଅହମ୍ମଦାବାଦ କ୍ରାଇମ ବ୍ରାଞ୍ଚ ଶାଖାକୁ ଅଣାଯାଇଛି ।

Leave a Reply

Your email address will not be published. Required fields are marked *