Pratidin TV

Odisha's Digital News Platform

ଅନ୍ଧାର ରାତିରେ ରାଜଧାନୀ ରାସ୍ତାରୁ ଉଠାଇନେଉଥିଲେ ଗୋରୁ , ବାନ୍ଧିଆଣିଲା ଏୟାରଫିଲ୍ଡ ଥାନା ପୋଲିସ ……

1 min read

ଭୁବନେଶ୍ୱର ; ଓଡିଶାରେ ମାତିଛନ୍ତି ଗୋ ଚାଲାଣ ବେପାରୀ । ଗୋଚାଲାଣ ରୋକିବାକୁ ପୋଲିସ ସହ ସମାଜସେବୀମାନେ ମଧ୍ୟ ଅପ୍ରାଣଚେଷ୍ଟା ଚଳାଇଥିବା ସତ୍ତ୍ୱେ ନାକତଳେ ହେଉଛି ଚୋରା କାରବାର । ଅନ୍ୟପଟେ ରାଜଧାନୀ ର ବିଭିନ୍ନ ସ୍ଥାନରୁ ରାତି ସମୟରେ ରାସ୍ତା ପାର୍ଶ୍ଵରେ ଥିବା ଗୋରୁ ଚାଲାଣ ନେଇ ଅଭିଯୋଗ ହେଉଥିଲା ।

ଗତକାଲି ରାତି ରେ ଗୋରୁ ଚାଲାଣ ଉଦ୍ୟମ ବେଳେ ୩ ଜଣଙ୍କୁ ମାଡିବସିଲା ଏଆରଫିଲଡ଼ ଥାନା ପୋଲିସ । ଗିରଫ ୩ ଅଭିଯୁକ୍ତ ହେଲେ ଇନାମ ଖାନ୍,ସତାର ଖାନ ଓ ମହମ୍ଡଦ ସଲମାନ । ୩ ଜଣଙ୍କ ଘର ଡେଲାଙ୍ଗ ଅଞ୍ଚଳରେ ବୋଲି ଜଣା ପଡ଼ିଛି । ରାତି ୩ଟା ସମୟରେ ଏଆରଫିଲଡ଼ ଥାନା ପେଟ୍ରୋଲିଂ ଗାଡ଼ି ଜାମୁକୋଳି ନିକଟରେ ଥିବା ସମୟରେ ଦ୍ରୁତ ଗତିରେ ପିକଅପ୍ ଗାଡି ଆସୁଥିବା ଦେଖିବାକୁ ପାଇଥିଲେ । ସଂଦେହ ହେବାରୁ ଗାଡି କୁ ପିଛା କରିଥିଲା ପୋଲିସ । ଜାମୁକୋଳି ରୁ ୩ କିମି ପର‌୍ୟ୍ୟନ୍ତ ଫିଲ୍ମ ଷ୍ଟାଇଲ ଗରୁ ଗାଡ଼ି ପିଛା କରି ଗୋଡେଇ ଗୋଡେଇ ଧରିଥିଲା ଏଆରଫିଲଡ଼ ଥାନା ପୋଲିସ । ଗାଡି ଯାଞ୍ଚ ସମୟରେ ଗାଡ଼ି ଭିତରେ ୫ଟି ଗୋରୁ ବନ୍ଧା ହୋଇଥିବା ଦେଖିବାକୁ ପାଇଥିଲା ପୋଲିସ ।

Advertisement

ତଦନ୍ତ ସମୟରେ ସେମାନେ କୌଣସି ସଠିକ ଉତ୍ତର ଦେଇ ପାରିନଥିଲେ । କେଉଁଠୁ ଗାଈ ଆଣିଲେ,କୋଉଠି ନେଇ ଥାନ୍ତେ,କାହାକୁ ଦେଇଥାନ୍ତେ ସେ ନେଇ କୌଣସି ଉତ୍ତର ଦେଇ ପାରିନଥିଲେ ୩ ଗୋରୁ ଚାଲାଣ କାରି। ତଦନ୍ତରୁ ଜଣା ପଡିଥିଲା ରାସ୍ତା କଡ଼ରେ ଥିବା ଗାଈ ଗରୁ ଙ୍କୁ ଉଠେଇ ନେଉଥିଲେ ଗୋରୁ ଚାଲାଣ କାରୀ । ଅଧିକ ତଦନ୍ତ ପାଇଁ ସେମାନଙ୍କୁ ରିମାଣ୍ଡ ରେ ଆଣି ଅଧିକ ତଥ୍ୟ ବାହାର କରିବ ପୋଲିସ । ସେପଟେ ଗାଈ ମାନଙ୍କୁ ଜାମୁକୋଳି ଗୋଶାଳା କୁ ନେଇ ସୁରକ୍ଷିତ ଭାବେ ରଖିଛି ଏଆରଫିଲଡ଼ ଥାନା ପୋଲିସ ।

Leave a Reply

Your email address will not be published. Required fields are marked *