Pratidin TV

Odisha's Digital News Platform

ଫିଲ୍ମ ଆରମ୍ଭରୁ ଆଉ ଚାଲିବନି ଅକ୍ଷୟଙ୍କ ‘ନୋ ସ୍ମୋକିଂ’ ବିଜ୍ଞାପନ …

1 min read

ଅକ୍ଷୟ କୁମାରଙ୍କ ‘ନୋ ସ୍ମୋକିଂ’ ସମ୍ବନ୍ଧୀୟ ଏକ ବିଜ୍ଞାପନ ବେଶ୍ ଲୋକପ୍ରିୟ। ଯାହାକୁ ପ୍ରେକ୍ଷାଳୟରେ ପ୍ରତ୍ୟେକ ଫିଲ୍ମ ରେ ପ୍ରଦର୍ଶିତ କରାଯାଏ । ନିକଟରେ ଏହି ବିଜ୍ଞାପନକୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି । ସେନ୍ସର ବୋର୍ଡ ଏବେ ଏହି ବିଜ୍ଞାପନକୁ ପ୍ରେକ୍ଷାଳୟରୁ ହଟାଇବାକୁ ନିଷ୍ପତ୍ତି ନେଇଛି।କୁମାର ଅକ୍ଷୟ କରିଥିବା ଧୂମପାନ ବିରୋଧୀ ବିଜ୍ଞାପନ ଗତ ୬ବର୍ଷ ହେଲାଣି ପ୍ରେକ୍ଷାଳୟ ପରଦାରେ ପ୍ରଥମେ ପ୍ରଦର୍ଶିତ ହୁଏ।

ଏହା ପରେ ଆରମ୍ଭ ହୁଏ ଫିଲ୍ମ। ହେଲେ ଏବେ ଏହି ବିଜ୍ଞାପନ ଆଉ ଦେଖିବାକୁ ପାଇବେ ନାହିଁ ଦର୍ଶକ। ଅକ୍ଷୟଙ୍କ ଏହି ବିଜ୍ଞାପନକୁ ନନ୍ଦୁ ବିଜ୍ଞାପନ ମଧ୍ୟ କୁହାଯାଏ । ଯେଉଁଥିରେ ଅଭିନେତା ସାନିଟାରୀ ପ୍ୟାଡ୍ ର ମହତ୍ତ୍ୱ ବୁଝାଇବା ସହ ଲୋକଙ୍କୁ ଧୂମପାନ ନ କରିବାକୁ ବାର୍ତ୍ତା ଦେଇଥାନ୍ତି । ଏହି ବିଜ୍ଞାପନକୁ ଏବେ ପ୍ରେକ୍ଷାଳୟରୁ ହଟାଇ ଦିଆଯାଇଛି। ତେବେ ସିବିଏଫସି (ସେଣ୍ଟ୍ରାଲ୍ ବୋର୍ଡ ଅଫ୍ ଫିଲ୍ମ ସାର୍ଟିଫିକେସନ୍) କାହିଁକି ଏହି ନିଷ୍ପତ୍ତି ନେଇଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

Advertisement

ଜାତୀୟ ଗଣମାଧ୍ୟମରେ ଦାବି କରାଯାଉଛି ଯେ, ରାଜକୁମାର ରାଓ ଏବଂ ତୃପ୍ତି ଡିମ୍ରିଙ୍କ ଫିଲ୍ମ ‘ବିକି ବିଦ୍ୟା କା ୱୋ ୱାଲା ଭିଡିଓ’ ପ୍ରେକ୍ଷାଳୟରେ ଆରମ୍ଭ ହେବା ପୂର୍ବରୁ ଅକ୍ଷୟଙ୍କ ବିଜ୍ଞାପନ ପ୍ରଦର୍ଶିତ ହୋଇନଥିଲା। ବିଜ୍ଞାପନ ହଟାଇବା ପାଇଁ ନିଷ୍ପତ୍ତି ଗତ ମାସରେ ନିଆଯାଇଥିଲା। ଏବେ ଏହି ବିଜ୍ଞାପନ ସ୍ଥାନରେ ପ୍ରଦର୍ଶିତ ହେଉଛି ତମାଖୁ ବିରୋଧୀ ବିଜ୍ଞାପନ।

Leave a Reply

Your email address will not be published. Required fields are marked *