Pratidin TV

Odisha's Digital News Platform

ଶିଳ୍ପପତି ମହିମା ମିଶ୍ରଙ୍କ ଘରେ ସିବିଆଇ ରେଡ୍ ଘଟଣା : ମହିମା ମିଶ୍ରଙ୍କୁ ୬ ଘଣ୍ଟା ଜେରା ସହ ,ଗିରଫ୍ କଲା ୪ ଙ୍କୁ

ଭୁବନେଶ୍ୱର : ଗତକାଲି ଶିଳ୍ପପତି ମହିମା ମିଶ୍ର ଙ୍କୁ ୨୫ ଲକ୍ଷ୍ୟ ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗ ରେ ସିବିଆଇ ରେଡ୍ କରିଥିଲା । ଏହି ଘଟଣାରେ ଜଣେ ବରିଷ୍ଠ ଅଧିକାରୀଙ୍କ ସହ ୩ ଜଣଙ୍କୁ ଗିରଫ କରିଛି ସିବିଆଇ । ପାରାଦୀପ ପୋର୍ଟ ଚିଫ୍ ମେକାନିକାଲ ଇଂଜିନିୟର ସରୋଜ ଦାସ, ଠିକାଦାର ସୁମନ୍ତ ରାଉତ ,କେସିଟି ଗ୍ରୁପ୍ ପୋର୍ଟ ଅପରେସନ ମ୍ୟାନେଜର ଶଂଖଶୁଭ୍ର ମିତ୍ର ଏବଂ ଓଏସ୍‌ଏଲ୍ ଅପରେସନ ଡିଜିଏମ୍ ସୂର୍ଯ୍ୟ ନାରାୟଣ ସାହୁ ଙ୍କୁ ଗିରଫ କରାଯାଇଛି । ଭୁବନେଶ୍ୱର ସ୍ଥିତ ସିବିଆଇ ଅଫିସରେ ଶିଳ୍ପପତି ମହିମା ମିଶ୍ର ଙ୍କୁ ଆଜି ଜେରା କରଥିଲା ସିବିଆଇ ।

ତେବେ ସିବିଆଇ ନୋଟିସ କରିଥିବାରୁ ସେ ଆସିଥିବା କହିଛନ୍ତି । ହେଲେ କାହିଁକି ତାଙ୍କୁ ଡକାଯାଇଛି ଜାଣିନାହାନ୍ତି ବୋଲି ଗଣମାଧ୍ୟମ ଆଗରେ ପ୍ରକାଶ କରିଥିଲେ । ତେବେ ଆଇନ ଉପରେ ସେ ଶତପ୍ରତିଶତ ଭରସା ରଖିଛନ୍ତି ବୋଲି କହିଥିଲେ ।ଗତକାଲି ପାରାଦୀପ ବନ୍ଦର ଗେଷ୍ଟ ହାଉସ୍ରେ ମହିମା ମିଶ୍ର ଓ ତାଙ୍କ ପୁଅ ଚନ୍ଦନଙ୍କୁ ସିବିଆଇ ୬ ଘଣ୍ଟା ଜେରା କରିଥିଲା । ମହିମା ଙ୍କ ଘରୁ ଓ ଅଫିସ ରୁ ବହୁ ଗୁରୁତ୍ୱ ପୂର୍ଣ୍ଣ କାଗଜ ପତ୍ର ମଧ୍ୟ ଜବତ କରିଥିଲା ଟିମ୍ ।

ସେହିପରି ଆଜି ଭୁବନେଶ୍ୱର ସିବିଆଇ ଅଫିସ୍ରେ ସାଢ଼େ ୩ ଘଣ୍ଟାରୁ ଅଧିକ ସମୟ ଧରି ସିବିଆଇ ଅଧିକାରୀ ଚନ୍ଦନଙ୍କୁ ପଚରାଉଚରା କରିଥିଲା । ୨୫ ଲକ୍ଷ ଟଙ୍କା ଲାଞ୍ଚ କାରବାର ଅଭିଯୋଗରେ ଉଭୟଙ୍କୁ ସିବିଆଇ ଜେରା କରିଥିବା ଅନୁମାନ କରାଯାଉଛି । ଗତକାଲି ସକାଳୁ ସିବିଆଇ ଟିମ୍ ମହିମାଙ୍କ କଟକ ସ୍ଥିତ ଘର, ଅଫିସ୍ ଓ ପାରାଦୀପ ଅଫିସ୍ରେ ରେଡ୍ କରିଥିଲା । ଏହାସହ ପାରାଦୀପ ପୋର୍ଟର ଚିଫ୍ ମେକାନିକାଲ ଇଞ୍ଜିନିୟର ସରୋଜ ଦାସ ଏବଂ କ୍ଟଗ୍ଦକ୍ଷର ଠିକା କର୍ମଚାରୀ ସୁମନ୍ତ ରାଉତଙ୍କୁ ବି ପାରାଦୀପରୁ ଉଠାଇ ନେଇ ସିବିଆଇ ପଚରାଉଚରା କରିଥିଲା । ଏହି ତଦନ୍ତ ରେ ଓଡ଼ିଶା ର ସିବିଆଇ ଟିମ୍ ଓ ଦିଲ୍ଲୀ କେନ୍ଦୀୟ ଟିମ୍ ମଧ୍ୟ ସାମିଲ ହୋଇଛନ୍ତି ।

Leave a Reply

Your email address will not be published. Required fields are marked *