Pratidin TV

Odisha's Digital News Platform

ସିବିଆଇ କଲା ବଡ଼ ଖୁଲାସା , ଟ୍ରେନିଂ ଡାକ୍ତରଙ୍କୁ ହୋଇନାହିଁ ଗଣକୁକର୍ମ …

1 min read

କୋଲକାତା ଆରଜି କର ମେଡିକାଲ ଘଟଣା ଉପରୁ ପରଦା ଉଠାଇଛି ସିବିଆଇ ।ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲ ଚ୍ରେନି ଡାକ୍ତର ସହ ଘଟିଥିବା ସେହି ନାରକୀୟ କାଣ୍ଡକୁ ନେଇ ସିବିଆଇ ଏକ ଚାର୍ଜସିଟ ଦାଖଲ କରିଛି । ଚାର୍ଜସିଟ୍ ଅନୁସାରେ, ଟ୍ରେନି ଡାକ୍ତରଙ୍କୁ ହୋଇନାହିଁ ଗଣକୁକର୍ମ । ସିବିଆଇର ଏହି ଚାର୍ଜସିଟରେ ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରୟଙ୍କ ବିରୋଧରେ ଦୃଢ଼ ପ୍ରମାଣ ରହିଛି। ଚାର୍ଜସିଟ୍ ଦାଖଲ ହେବା ପରେ ଏବେ ଆଶା କରାଯାଉଛି ଯେ ଟ୍ରେନି ଡ଼ାକ୍ତର ଶୀଘ୍ର ନ୍ୟାୟ ପାଇପାରିବେ। ସି ଚାର୍ଜସିଟ୍ ଅନୁସାରେ, ଟ୍ରେନି ଡାକ୍ତରଙ୍କୁ ଗଣକୁକର୍ମ କରାଯାଇ ନାହିଁ। ସଞ୍ଜୟ ରୟ ହିଁ ମୁଖ୍ୟ ଅଭିଯୁକ୍ତ।

ସେ ହିଁ କୁକର୍ମ ପରେ ହତ୍ୟା କରିଥିବା ସିବିଆଇ ଚାର୍ଜସିଟରେ ଉଲ୍ଲେଖ କରିଛି। ତେବେ ଦୁଇ ମାସର ତଦନ୍ତ ମଧ୍ୟରେ ଆଜି କୋଲକାତାର ସିଲଦା ସ୍ଥିତ ଅତିରିକ୍ତ ମୁଖ୍ୟ ଜୁଡିସିଆଲ ମାଜିଷ୍ଟ୍ରେଟ୍ କୋର୍ଟରେ ଚାର୍ଜସିଟ୍ ଦାଖଲ କରିବା ପରେ ଏହା ସାମ୍ନାକୁ ଆସିଛି । ସିବିଆଇ ଚାର୍ଜସିଟରେ ୨୦୦ ଜଣଙ୍କ ବିବୃତ୍ତି ଅନ୍ତର୍ଭୂକ୍ତ କରାଯାଇଛି । ଏହି ଚାର୍ଜସିଟ୍ ୨୦୦ ରୁ ଅଧିକ ପୃଷ୍ଠାର ରହିଛି । ଏହି ମାମଲାରେ ଏହା ହେଉଛି ପ୍ରଥମ ଚାର୍ଜସିଟ୍ । ଅଧିକ ଅନୁସନ୍ଧାନ ପରେ ସିବିଆଇ ଏହି ମାମଲାରେ ଆଉ ଏକ ଚାର୍ଜସିଟ୍ ଦାଖଲ କରିପାରିବ ବୋଲି ବିଶ୍ୱାସ ରହିଛି । ଏହି ମାମଲାରେ ସିବିଆଇ ଏହାର ଚାର୍ଜସିଟରେ କୋର୍ଟରେ ସମସ୍ତ ତଥ୍ୟ ଉପସ୍ଥାପନ କରିଛି । ସିବିଆଇ ଚାର୍ଜସିଟ୍ ପରେ ଟ୍ରେନିଂ ଡାକ୍ତର ଶୀଘ୍ର ନ୍ୟାୟ ପାଇବେ ବୋଲି ଆଶା କରାଯାଉଛି ।

Advertisement

Leave a Reply

Your email address will not be published. Required fields are marked *