Pratidin TV

Odisha's Digital News Platform

୧୨ ଘଣ୍ଟା ପରେ ସନ୍ଦୀପ ଘୋଷଙ୍କ ଘରୁ ବାହାରିଲା CBI, ମିଲିଲା ସବୁ ପ୍ରମାଣ ..

1 min read

କୋଲକାତା ଅଭୟା କାଣ୍ଡ ମାମଲାରେ  ଛାନଭିନ ଜାରି ରଖିଛି ସିବିଆଇ । ତେବେ ଏହି ଘଟଣାରେ ଖୁବଶୀଘ୍ର ଗିରଫ ହୋଇପାରନ୍ତି ଆରଜି କର ମେଡିକାଲର ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷ । ଗତକାଲି ଦୁର୍ନୀତି ଅଭିଯୋଗରେ ସିବିଆଇ ଏକ ମାମଲା ରୁଜୁ କରିଥିବା ବେଳେ ତାଙ୍କ ଘରେ ଚଢ଼ାଉ କରିଛି। ଏଥିସହ କୋଲକାତାରେ ଥିବା ତାଙ୍କ ସମ୍ପର୍କୀୟଙ୍କ 14ଟି ସ୍ଥାନରେ ଚଢାଉ ଜାରି ରହିଛି । ତେବେ ସନ୍ଦୀପ ଘୋଷଙ୍କ ଘରେ ଦୀର୍ଘ 12 ଘଣ୍ଟା କାଳ ଛାନଭିନ ଜାରି ରଖିଥିଲା ସିବିଆଇ । ଆଉ ଏଥିରୁ ବହୁ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ଜବତ ହୋଇଥିବା ସୂଚନା ମିଳିଛି। ରେଡ୍ ବେଳେ ସିବିଆଇ ହାତରେ ବହୁତ କିଛି ଠୋସ୍‌ ପ୍ରମାଣ ମିଳିଛି।

ସିବିଆଇ ହାତରେ ବହୁ କିଛି ଲାଗିଥିବା ସେ ଗଣମାଧ୍ୟମ ଆଗରେ କହିଛି। ମେଡିକାଲ କଲେଜରେ ଅର୍ଥନୈତିକ ହେରଫେର ଅଭିଯୋଗରେ ସନ୍ଦୀପ ଘୋଷଙ୍କ ବିରୋଧରେ ମାମଲା ରୁଜୁ କରିଛି ସିବିଆଇର ଆଣ୍ଟି କରପ୍ସନ ୱିଙ୍ଗ। ଏହାପରେ ଗତକାଲି ୧୨ ଘଣ୍ଟା ଧରି କୋଲକାତା ବେଲେଘାଟରେ ଥିବା ସନ୍ଦୀପ ଘୋଷଙ୍କ ଘର, ସମ୍ପର୍କୀୟଙ୍କ ଘର ସମେତ ୧୫ଟି ସ୍ଥାନରେ ଚଢାଉ କରିଥିଲା କେନ୍ଦ୍ରୀୟ ମେଡିକାଲ କଲେଜର ପୂର୍ବତନ ମେଡିକାଲ ସୁପରିଣ୍ଟେଣ୍ଡେଣ୍ଟ ସଞ୍ଜୟ ବଶିଷ୍ଠଙ୍କ ଘର, ହସ୍ପିଟାଲ ପରିଚାଳନା ଓ ରୋଗୀ ସେବା ପାଇଁ ସାମଗ୍ରୀ ଯୋଗାଉଥିବା ସଂସ୍ଥାର କାର୍ଯ୍ୟାଳୟ ଏବଂ କର୍ମଚାରୀମାନଙ୍କ ଘରେ ମଧ୍ୟ ଚଢ଼ାଉ ହୋଇଛି। ଆଜି ସିବିଆଇ ପୁଣି କିଛି ସ୍ଥାନରେ ରେଡ୍ କରିପାରେ ବୋଲି କୁହାଯାଉଛି। ତଦନ୍ତକାରୀ ସଂସ୍ଥା।

Advertisement

Leave a Reply

Your email address will not be published. Required fields are marked *