(ଭିଡିଓ)କ୍ରାଇମ ବ୍ରାଞ୍ଚକୁ ବଡ ଚ୍ୟାଲେଞ୍ଜ : କାହିଁକି ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ଗୁଳି କଲେ ASI ଗୋପାଳ ଦାସ ?
1 min readଭୁବନେଶ୍ୱର : ଓଡିଶା ଇତିହାସରେ ସବୁଠୁ ବଡ ଚାଞ୍ଚଲ୍ୟ ପାଲଟିଛି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ମୃତ୍ୟୁ । ଗତକାଲି ଝାରସୁଗୁଡା ଗାନ୍ଧୀ ଛକ ଠାରେ ମନ୍ତ୍ରୀ ନବ ଦାସଙ୍କୁ ସାମ୍ନାପଟରୁ ଗୁଳି ମାରିଥିଲେ ବ୍ରଜରାଜନଗର ଫାଣ୍ଡି ପୋଲିସ ଏଏସଆଇ ଗୋପାଳକୃଷ୍ଣ ଦାସ । କିନ୍ତୁ ସପୃକ୍ତ ଘଟଣାକୁ ୨୪ ଘଣ୍ଟା ପୁରିବାକୁ ବସିବାବେଳେ ମଧ୍ୟ କାହିଁକି ଜଣେ ଏଏସଆଇ ନିଜ ସର୍ଭିସ ରିଭରବଲରୁ ମନ୍ତ୍ରୀକୁ ଗୁଳି ମାରିଥିଲେ ତାହା ଜଣାପଡିନାହିଁ । ବର୍ତ୍ତମାନ ନବଙ୍କ ମୃତ୍ୟୁରେ ଏହି ‘କାହିଁକି’ ହିଁ କ୍ରାଇମବ୍ରାଞ୍ଚ ପାଇଁ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଗୋପାଳ କଣ ପାଇଁ ଏଭଳି ପଦକ୍ଷେପ ଉଠାଇଲେ ତାହା ସପୃକ୍ତ ପୋଲିସ ଡିପାର୍ଟମେଣ୍ଟ ସହ କ୍ରାଇମବ୍ରାଞ୍ଚ ପାଇଁ ମଧ୍ୟ ଏକ ବଡ ଚ୍ୟାଲେଞ୍ଜ ସୃଷ୍ଟି କରିଛି ।
ଗୋଟେ ପଟେ ଗୋପାଳଙ୍କ ପତ୍ନୀ ଏବଂ ଏମକେସିଜି ଡାକ୍ତର ଗୋପାଳଙ୍କ ମାନସିକ ବିମାରୀର ପ୍ରମାଣ ଦେଉଥିବା ବେଳେ ଏହାକୁ ସନ୍ଦେହରେ ପକାଇଛି ପୋଲିସ ବିଭାଗ । କାରଣ ଜଣେ ମାନସିକ ରୋଗୀକୁ କିଭଳି ସରକାରୀ ବନ୍ଧୁକ ପ୍ରଦାନ କରାଗଲା । ମାମଲା ପଛର ଅସଲ ରହସ୍ୟ କ’ଣ ତାକୁ ନେଇ ତଦନ୍ତ ଆରମ୍ଭ ହୋଇଛି। ଅଭିଯୁକ୍ତ ପୋଲିସ୍ ASI ଙ୍କୁ ଗିରଫ ପରେ ଝାରସୁଗୁଡ଼ା ଜେଲ୍କୁ ପଠାଯାଇଛି। ତାଙ୍କୁ ୭ ଦିନ ରିମାଣ୍ଡରେ ନେବାକୁ କ୍ରାଇମବ୍ରାଞ୍ଚ ଆବେଦନ କରିପାରେ। ତେବେ ରିମାଣ୍ଡରେ ଯିବା ପରେ ମାମଲା ଉପରୁ ଅନେକ କିଛି ସତ ସାମ୍ନାକୁ ଆସିବ ବୋଲି କହିଛନ୍ତି କ୍ରାଇମବ୍ରାଞ୍ଚ ADG ଅରୁନ୍ ବୋଥରା ।