Pratidin TV

Odisha's Digital News Platform

ବ୍ଲାକରୋଜର କଳାକାହାଣୀ ଉପରୁ ଉଠିବ ପରଦା ! CBI ତଦନ୍ତ ଦାବୀ କଲେ ପ୍ରଦୀପ ପ୍ରଧାନ..

1 min read

15 ବର୍ଷ ବିତିଗଲା, ହେଲେ ସାମନାକୁ ଆସିଲାନାହିଁ ବ୍ଲାକ୍ ରୋଜର ସତ । ଆଜି ବି ରହସ୍ୟ ଘେରରେ ରହିଛି ବ୍ଲାକ୍ ରୋଜର କାହାଣୀ । ଏହି ଜାହାଜ କାହାର, କିଏ ବେଆଇନ ଭାବେ ଖଣି ଚୋରା ଚାଲଣ କରୁଥିଲା, ତାହା ମଧ୍ୟ ଅନ୍ଧାର ଭିତରେ ରହିଛି ।2009 ରେ ଘଟିଥିବା ଏହି ଘଟଣାର ସିବିଆଇ ତଦନ୍ତ ପାଇଁ ଏବେ ବାଟ ଖୋଲିଛି । ସିବିଆଇ ତଦନ୍ତ କରି ଏହି ରହସ୍ୟ ଉପରୁ ପରଦା ହଟାଇବା ପାଇଁ ଦାବି କରାଯାଇଛି  ।  ସିବିଆଇ ତଦନ୍ତ ଦାବି କଲେ ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନ ।

ବ୍ଲାକ୍ ରୋଜର ରହସ୍ୟମୟ କାହାଣୀ ।15 ବର୍ଷ ଧରି ପ୍ରହେଳିକା ଭିତରେ ରହିଛି ପାରାଦୀପ ବନ୍ଦର ନିକଟରେ ଏମ୍ ଭି ବ୍ଲାକ୍ ରୋଜ୍ ବୁଡିଯିବା ଘଟଣା । 9 ସେପ୍ଟେମ୍ବର 2009 ।କୋଟି କୋଟି ଟଙ୍କାର ଲୁହା ପଥର ବୋଝେଇ ହୋଇଥିବା ବ୍ଲାକ୍ ରୋଜ୍ ବୁଡି ଯାଇଥିଲା ବନ୍ଦରର ଅଳ୍ପ ଦୂରରେ । ଏହି ଘଟଣାରେ ଜାହାଜର ମୁଖ୍ୟଯନ୍ତ୍ରୀଙ୍କ ମୃତ୍ୟୁ ହୋଇଥିଲା । ବହୁ ଉଦ୍ୟମ ପରେ ବି ଜାହାଜକୁ ସମୁଦ୍ର ମଧ୍ୟରୁ ବାହାର କରାଯାଇପାରିନଥିଲା । ଜାଲ କାଗଜପତ୍ରରେ ଚାଲୁଥିବା ବ୍ଲାକ୍ ରୋଜର ମାଲିକ କିଏ? କିଏ ଲୁହାପଥର ପଠାଇଥିଲା, କାହା ପାଖକୁ ଯାଉଥିଲା, ତାହା ମଧ୍ୟ ଆଜି ପର୍ଯ୍ୟନ୍ତ ଅନ୍ଧାର ଭିତରେ ରହିଛି । କୋଟି କୋଟି ଟଙ୍କାର ଏହି ଜାହାଜର ମାଲିକାନା ନେଇ ମଧ୍ୟ କେହି ଦାବି କରିନାହାନ୍ତି । ଘଟଣାକୁ 15 ବର୍ଷ କିତିଯାଇଛି, ହେଲେ କେହି  , ଏହି ରଦସ୍ୟ ଉପରୁ ପରଦା ଉଠାଇପାରିନାହିଁ । ଉପଯୁକ୍ତ ଅନୁମତି ନଥାଇ କିପରି ଏହି ଜାହାଜ ପାରାଦୀପ ବନ୍ଦରରେ ପ୍ରବେଶ କରିଥିଲା । ତାର ମଧ୍ୟ ଉତ୍ତର ମିଳିନାହିଁ । କିନ୍ତୁ ଏବେ ଏହି ରହସ୍ୟ ଉପରୁ ପରଦା ଉଠାଇବା ସହ ଅପରାଧିମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଏହି ମାମଲାର ସିବିଆଇ ତଦନ୍ତ ହୋଇଛି  ।

Advertisement

Leave a Reply

Your email address will not be published. Required fields are marked *