Pratidin TV

Odisha's Digital News Platform

ପଲିଗ୍ରାଫ ଟେଷ୍ଟରେ ,ସନ୍ଦୀପ ଘୋଷ ଙ୍କୁ ପଚରା ଗଲା ଏହି ୨୫ ପ୍ରଶ୍ନ ..

କୋଲକାତା ଆରଜି ହସ୍ପିଟାଲରେ ଟ୍ରେନି ଡାକ୍ତରଙ୍କ ସହିତ ହୋଇଥିବା ବିଭତ୍ସ ଘଟଣା ଆଜି ସାରା  ଦେଶକୁ  ଦୋହଲାଇ ଦେଇଛି । ତେବେ ଏହି ଘଟଣାର ଖିଅ ଖୋଜୁଛି ସିବିଆଇ ।  ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରୟଙ୍କ ପଲିଗ୍ରାଫ ଟେଷ୍ଟ କୋଲକାତାର ଆର.ଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ କରାଯାଇଥିଲା। ଏହି ସମୟରେ ସଞ୍ଜୟଙ୍କ ସହ ଅନ୍ୟ ୬ଜଣଙ୍କର ପଲିଗ୍ରାଫ ଟେଷ୍ଟ କରାଯାଇଥିଲା। ଏହି ୬ଜଣଙ୍କ ମଧ୍ୟରେ ଆରଜି କର ହସ୍ପିଟାଲର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷ ମଧ୍ୟ ସାମିଲ ହୋଇଥିଲେ। ସିବିଆଇ ତାଙ୍କୁ ମୋଟ ୨୫ଟି ପ୍ରଶ୍ନ ପଚାରିଥିଲା। ସେହି ଗୁଡ଼ିକ ହେଉଛି  ଆପଣଙ୍କ ନାଁ କ’ଣ, ଆପଣ କେତୋଟି ମୋବାଇଲ ବ୍ୟବହାର କରନ୍ତି, ମୋବାଇଲ ନମ୍ବର କ’ଣ, ଆପଣଙ୍କ ଜନ୍ମ କୋଲାକାତାରେ କି ନା, ଘଟଣା ଦିନ ଆପଣ ହସ୍ପିଟାଲରେ ଥିଲେ କି ନା। ଏହିପରି ଗୋଡେଇ ତୋଡ଼େଇ  ୨୫ ଟି ପ୍ରଶ୍ନ ପ୍ରଶ୍ନ ପଚରାଯାଇଥିଲା ।

ସୂଚନାଯୋଗ୍ୟ, ଏହି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରୟ ଏବଂ ଆର.ଜି କର ମହାବିଦ୍ୟାଳୟର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷ ଏବଂ ଅନ୍ୟ ୫ଜଣଙ୍କର ଏହି ଟେଷ୍ଟ ଚାଲିଛି। ସିବିଆଇ ସାତ ଜଣଙ୍କ ଉପରେ ପଲିଗ୍ରାଫ ଟେଷ୍ଟ କରୁଛି। ଏଥିରେ ଚାରିଜଣ ଡାକ୍ତର ଏବଂ ଜଣେ ସ୍ବେଚ୍ଛାସେବୀ ଅଛନ୍ତି। ଏହି ଚାରିଜଣ ଡାକ୍ତର ମଧ୍ୟ ଆରଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ କାର୍ଯ୍ୟରତ ଟ୍ରେନି ଡାକ୍ତର ଅଟନ୍ତି ଏବଂ ସେମାନେ ସେହି ସମାନ, ଯେଉଁମାନେ ସେହି ରାତିରେ ଘଟଣା ପୂର୍ବରୁ ପୀଡିତାଙ୍କ ସହ ରାତ୍ରୀ ଭୋଜନ କରିଥିଲେ। ମୋଟ ୭ଜଣ ଲୋକ ପଲିଗ୍ରାଫ ଟେଷ୍ଟ ଦେଉଛନ୍ତି। ଏଥିମଧ୍ୟରୁ ସଞ୍ଜୟ ରୟଙ୍କ ପଲିଗ୍ରାଫ ଟେଷ୍ଟ ଜେଲରେ ଚାଲିଥିବାବେଳେ ସନ୍ଦୀପ ଘୋଷଙ୍କ ସମେତ ଅନ୍ୟମାନଙ୍କ ପରୀକ୍ଷା ସିବିଆଇ କାର୍ଯ୍ୟାଳୟରେ ଚାଲିଛି।

Leave a Reply

Your email address will not be published. Required fields are marked *