ସିବିଆ ଜାଲରେ ଉପମୁଖ୍ୟମନ୍ତ୍ରୀ ,୨୧ ସ୍ଥାନରେ ଚଢାଉ
1 min readନୂଆଦିଲ୍ଲୀ : ବିବାଦୀୟ ଅବକାରି ନୀତିକୁ ନେଇ ଆଜି ଉପମୁଖ୍ୟମନ୍ତ୍ରୀଙ୍କ ଘରେ ରେଡ୍ ପକାଇଛି ସିବିଆଇ । ସୂଚନା ଅନୁଯାୟୀ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଘରେ ରେଡ୍ ପକାଇଛି ଟିମ୍ । ଦିଲ୍ଲୀ-ଏନ୍ସିଆର୍ରେ ୨୧ଟି ସ୍ଥାନରେ ଆଜି ଚଢାଉ କରିଛି ସିବିଆଇ । ଏହାକୁ ନେଇ ଏବେ ରାଜନିତିରେ ଦେଖାଦେଇଛି ବିବାଦ ।
ଏନେଇ ଆମ ଆଦମୀ ପାର୍ଟି ନିଜ ସପକ୍ଷରେ ମୁହଁ ଖୋଲିଛି ।ଆମେ ଦିଲ୍ଲୀର ଉନ୍ନତୀ ସହ ଦେଶରେ ଭଲ କାମ କରୁଥିବାରୁ ଆମ ପ୍ରତି ସାଜିସ୍ କରାଯାଇଛି ବୋଲି କହିଛି ପାର୍ଟି । ତେବେ ଏହାର ଜବାବରେ ବିଜେପି କହିଛି ଯେ କେଜ୍ରିବାଲ ସରକାର ରାଜ୍ୱସ ଲୁଟ୍ କରୁଛି । ବିଜେପିର ଏହି କଥାରେ ତାକୁ ଫୁଲ ସମର୍ଥନ କରିଛି କଂଗ୍ରେସ । କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଶୀଲା ଦୀକ୍ଷିତ କହିଛନ୍ତି ଯେ ସିବିଆଇ ଆଖି ବୋହୁତ ବିଳମ୍ବରେ ଖୋଲିଛି । ଏସବୁ କାର୍ଯ୍ୟାନୁଷ୍ଟାନ ବହୁ ପୂର୍ବରୁ କରାଯିବାର ଥିଲା ।