Pratidin TV

Odisha's Digital News Platform

ଶିଳ୍ପପତି ମହିମା ମିଶ୍ରଙ୍କ ଘରେ ରେଡ୍

1 min read

ଭୁବନେଶ୍ୱର : ବିଶିଷ୍ଟ ଶିଳ୍ପପତି ମହିମା ମିଶ୍ରଙ୍କ ଘରେ ଗୁରୁବାର ସକାଳୁ ରେଡ୍ ପକାଇଛି କ୍ରାଇମବ୍ରାଞ୍ଚ । ସୂଚନା ଅନୁଯାୟୀ ଆଜି ସକାଳ ସମୟରେ କ୍ରାଇମବ୍ରାଞ୍ଚର ୮ ଜଣିଆ ଟିମ୍‌ କଟକ ଓଡିଆ ବଜାରସ୍ଥିତ ମହିମା ମିଶ୍ରଙ୍କ ଘର ଓ ଲିଙ୍କ ରୋଡରେ ଥିବା ତାଙ୍କ OSL ଅଫିସ୍ ଉପରେ ଚଢାଉ କରିଥିବା ବେଳେ ସେଠାରୁ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ମଧ୍ୟ ଜବତ କରିଛି ।

ଏହାସହ ପାରାଦୀପର ଥିବା ତଙ୍କ ଘର ଓ ବଡପଡା ଅଫିସରେ ମଧ୍ୟ ଚଢାଉ କରିଥିବା ବେଳେ ପାରାଦୀପର ମଧୁବନର ଗେଷ୍ଟ ହାଉସରେ ,ପଦସ୍ଥ ଅôଦକାରୀ ସହ ଜଣେ ଠିକାଦାରଙ୍କୁ ଜେରା ଚଲାଇଛି କ୍ରାଇମବ୍ରାଞ୍ଚ୍ ।ତେବେ ୨୫ ଲକ୍ଷ ଟଙ୍କାର ଏକ ଲାଞ୍ଚ କାରବାରରେ ଅଭିଯୋଗକୁ ଭିତ୍ତି କରି ଆଜି ଏହି ଚଢାଉ କରାଯାଇଛି ବୋଲି ସୂଚନା ଦେଇଛି ଟିମ୍ ।ଏହା ପୂର୍ବରୁ ୨୦୧୬ ମସିହାରେ ମଧ୍ୟ ରେଡ୍ ପଡିଥିଲା ତାଙ୍କ ଘରେ ।

Advertisement

Leave a Reply

Your email address will not be published. Required fields are marked *