Pratidin TV

Odisha's Digital News Platform

ରେଳ କର୍ମଚାରୀଙ୍କ ଘରେ ୧୩ ଦିନ ହେବ ଚାଲିଛି ରେଡ୍ , ୧୭ କେଜି ସୁନା ସହ ମିଳିଲା ..

1 min read

ଭୁବନେଶ୍ୱର : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପୂର୍ବତନ ରେଳବାଇ ଅଫିସରଙ୍କ ପ୍ରମୋଦ ଜେନା ଙ୍କ ଘରେ ସିବିଆଇ ଚଢ଼ାଉ ଆଜିକୁ ୧୩ ଦିନରେ ପହଞ୍ଚିଛି। ଭୁବନେଶ୍ୱର ସମେତ ମୋଟ ୪ଟି ସ୍ଥାନରେ ଚଢ଼ାଉ କରୁଛି ସିବିଆଇ। ଭୁବନେଶ୍ୱରର ୨ଟି, କଟକ ଓ ଜଗତସିଂହପୁରର ଗୋଟିଏ ଲେଖାଏ ସ୍ଥାନରେ ଏକକାଳୀନ ଚଢ଼ାଉ କରୁଛି ସିବିଆଇର ୫ଟି ଟିମ । ସେ ଇଷ୍ଟକୋଷ୍ଟ ରେଲୱେର ପୂର୍ବତନ ପ୍ରିନ୍ସପାଲ୍ ଚିଫ ଅପରେସନ ମ୍ୟାନେଜର ଥିଲେ। ୧ କୋଟି ୯୨ଲକ୍ଷରୁ ଅଧିକ ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସିବିଆଇ ଚଢ଼ାଉ କରିଛି।

Advertisement

ଆୟ ଅନୁସାରେ ଗତ ୧୫ବର୍ଷ ମଧ୍ୟରେ ପ୍ରମୋଦ ଜେନା ଓ଼ ତାଙ୍କ ପରିବାର ଲୋକଙ୍କ ସମ୍ପତ୍ତି ଠୁଳ କରିଛନ୍ତି। ୧୩ ଦିନ ହେଲା ରେଡ଼ ଚାଲିଥିଲା । ଅବସରପ୍ରାପ୍ତ ଓଜଞଝ ଅଧିକାରୀ ପ୍ରମୋଦଙ୍କ ଠାରୁ ୧ କୋଟି ୫୭ ଲକ୍ଷ ଟଙ୍କା ଠାବ ହୋଇଛି। ୧୭ କେଜି ସୁନା ବାବୁଙ୍କ ଘରୁ ଜବତ ହୋଇଛି, ଯାହାର ଆନୁମାନିକ ମୂଲ୍ୟ ୮ କୋଟି ୫୦ ଲକ୍ଷ ଟଙ୍କା । ଅଢେ଼ଇ କୋଟି ଟଙ୍କାର ବ୍ୟାଙ୍କ ଡିପୋଜିଟ ଠାବ ହୋଇଛି। ଏହି ଚଢ଼ାଉ ସମୟରେ ଜରୁରୀକାଳୀନ କାଗଜପତ୍ର, ନଗଦ ଟଙ୍କା, ବ୍ୟାଙ୍କ ଜମା, ପାସପୋର୍ଟ, ସୁନା ଗହଣା, ଗାଡ଼ି, ଜମିଜମା କାଗଜପତ୍ର ଓ ଫ୍ଲାଟର ସନ୍ଧାନ ପାଇଛି ସିବିଆଇ।

ପି.କେ. ଜେନା ୧୯୮୯ ମସିହାରେ ଚାକିରି ଜୀବନ ଆରମ୍ଭ କରିଥିଲେ। ୨୦୨୨ ମସିହାରେ ରେଲୱେର ପ୍ରିନିସିପାଲ ଚିଫ୍ ଅପରେସନ ମ୍ୟାନେଜର ପଦବୀରୁ ଅବସର ନେଇଥିଲେ। ସିବିଆଇ ଆକଳନ ଅନୁସାରେ ୨୦୦୫ରୁ ୨୦୨୦ ମସିହା ଭିତରେ ଶ୍ରୀ ଜେନା ଓ ତାଙ୍କ ପରିବାର ଲୋକଙ୍କ ସଂପତ୍ତି ୩ କୋଟି ୨୫ ଲକ୍ଷ ରହିଥିଲା। ସେଥିରୁ ୮୮ ଲକ୍ଷ ୫୮ ହଜାର ଖର୍ଚ୍ଚ ଯିବା ପରେ ୨ କୋଟି ୩୬ ଲକ୍ଷ ଟଙ୍କା ସଂପତ୍ତି ରହିବା କଥା। ହେଲେ ଏବେ ତାଙ୍କ ସ୍ଥାବର ଅସ୍ଥାବର ସଂପତ୍ତି ୪ କୋଟି ୨୮ ଲକ୍ଷ ଟଙ୍କାରୁ ଅଧିକ ରହିଛି। ସିବିଆଇ ଜାଲରେ ଛନ୍ଦିହୋଇବା ପରେ ଅବସରପ୍ରାପ୍ତ ଅଧିକାରୀଙ୍କ ପାଇଁ ଅଡୁଆ ବଢିଛି।

Leave a Reply

Your email address will not be published. Required fields are marked *