Pratidin TV

Odisha's Digital News Platform

ଓଡିଶାରେ ଋଷ୍ ସାଂସଦ ପାଭେଲଙ୍କ ମୃତ୍ୟୁ ମାମଲା : ସିନ୍ ରିକ୍ରିଏସନ୍ କରିବ କ୍ରାଇମବ୍ରାଞ୍ଚ…

1 min read

ଭୁବନେଶ୍ୱର : ନିକଟରେ ଓଡିଶାରେ ୩ ଜଣ ଋଷିୟ ନାଗରିଙ୍କ ମୃତ୍ୟୁ ରାଜ୍ୟବ୍ୟାପି ଦେଶରେ ହଇଚଇ ସୃଷ୍ଟି କରିଛି । ପୋଲିସ ଗୋଟିଏ ରହସ୍ୟ ଫିଟାଇବାକୁ ଚେଷ୍ଟା କରିବା ବେଳକୁ ପରେ ପରେ ଆଉ ୨ ଜଣଙ୍କର ମୃତ୍ୟୁ ଏହି ମାମଲାକୁ ରହସ୍ୟ ଘେରକୁ ନେଇଯାଇଛି ।

ତେବେ ରାୟଗଡ଼ାରେ ୨ ପର୍ଯ୍ୟଟକଙ୍କ ମୃତ୍ୟୁର ତଦନ୍ତ କ୍ରାଇମବ୍ରାଞ୍ଚ କରୁଛି । ସେହିପରି ପାରଦୀପରେ ହୋଇଥିବା ରୁଷୀୟ ନାଗରିକଙ୍କ ମୃତ୍ୟୁର ତଦନ୍ତ କରୁଛି ପୋଲିସ । ଗତ ୩ ତାରିଖରେ ପାରାଦୀପ ବନ୍ଦରରେ ଲାଗିଥିବା ରୁଷୀୟ ଜାହାଜର ଚିଫ୍ ଇଞ୍ଜିନୟରଙ୍କ ମୃତ୍ୟୁ ହୋଇଥିଲା । ସେହିପରି ରାୟଗଡ଼ାରେ ୨ ରୁଷୀୟ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଛି ।

Advertisement

କ୍ରାଇମର୍ବାଞ୍ଚ ପ୍ରଥମେ ରୁଷ ସାଂସଦ ପାଭେଲ ଆଣ୍ଟୋଭଙ୍କ ମୃତ୍ୟୁ ମାମଲା ଉପରୁ ପରଦା ଉଠାଇବାକୁ ପ୍ରୟାସ କରିଛି । କ୍ରାଇମର୍ବାଞ୍ଚ ହୋଟେଲ ଛାତରୁ ପଡ଼ି ଆଣ୍ଟୋଭଙ୍କ ମୃତ୍ୟୁ ହୋଇଥିବାରୁ ସିନ୍ ରିକ୍ରିଏସନ୍ କରିବ କ୍ରାଇମବ୍ରାଞ୍ଚ । ଏଥିପାଇଁ ଡମିର ସହାୟତା ନେବ କ୍ରାଇମବ୍ରାଞ୍ଚ । ଦିଲ୍ଲୀରୁ ଡମି ରାୟଗଡ଼ା ଅଣାଯିବ ବୋଲି ଜଣାପଡ଼ିଛି । ଏମସ୍ ବିଶେଷଜ୍ଞଙ୍କ ଉପସ୍ଥିତିରେ ଆଣ୍ଟୋଭଙ୍କ ଓଜନ ଏବଂ ଶରୀର ଆକୃତିର ଗୋଟିଏ ଡମିକୁ ବାରମ୍ବାର ତଳକୁ ପକାଯିବ । ପ୍ରତିଥର ଡମିକୁ ଯାଞ୍ଚ କରି କେଉଁ କେଉଁ ଅଂଶ କ୍ଷତାକ୍ତ ହେଉଛି ତାର ରିପୋର୍ଟ ପ୍ରସ୍ତୁତ କରାଯିବ । ସେହି ରିପୋର୍ଟକୁ ଆଣ୍ଟୋଭଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ସହିତ ମେଳ କରାଯିବ । ସିନ୍ ରିକ୍ରିଏସନ୍ ପାଇଁ ଘଟଣା ସ୍ଥଳକୁ ସିଲ୍ କରି ରଖିଛି କ୍ରଇମ୍ ବ୍ରାଞ୍ଚ । ମିଳିଥିବା ସୂଚନା ଅନୁଧାୟୀ ୨ ଦିନ ମଧ୍ୟରେ ଏହି ସିନରିକ୍ରିସେନ୍ କରାଯିବ ।

Leave a Reply

Your email address will not be published. Required fields are marked *