Pratidin TV

Odisha's Digital News Platform

ମଣିପୁର ଲଜ୍ୟା ; ୨ ମହିଳାଙ୍କୁ ଉଲଗ୍ନ କରି ବୁଲାଇଥିବା ଘଟଣା , ୬ ଅଭିଯୁକ୍ତଙ୍କ ନାଁରେ ଚାର୍ଜସିଟ୍ ଦାଖଲ କଲା CBI…..

1 min read

ନୂଆଦିଲ୍ଲୀ ; ମଣିପୁରରେ ଦୁଇ ମହିଳାଙ୍କୁ ଉଲଗ୍ନ କରି ବୁଲାଇବା ମାମଲାରେ ସାମ୍ନାକୁ ଆସିଛି ବଡ ଅପଡେଟ୍ । ୬ ଅଭିଯୁକ୍ତଙ୍କ ନାଁରେ ଚାର୍ଜସିଟ୍ ଦାଖଲ କରିଛି ସିବିଆଇ । ଚଳିତ ବର୍ଷ ଜୁଲାଇ ମାସରେ ଏକ ଲୋମଟାଙ୍କୁରା ଭିଡିଓ ମଣିପୁରରୁ ଭାଇରାଲ ହୋଇଥିଲା । ଯେଉଁଥିରେ ମଣିପୁରରେ ଏକ ସମ୍ପ୍ରଦାୟର ଲୋକ ଇମ୍ପାଭ୍ୟାଲିରେ ବସବାସ କରୁଥିବା କୁକି-ଜୋ ସମ୍ପ୍ରଦାୟର ଦୁଇ ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ବୁଲାଇଥିଲେ । ତାପରେ ଦୁଇ ମହିଳାଙ୍କୁ ଗଣ ଦୁଷ୍କର୍ମ ମଧ୍ୟ କରାଯାଇଥିଲା । ତେବେ ଏହି ଘଟଣାର ଭିଡିଓ ଭାଇରାଲ ହେବା ପରେ ପୁରା ମଣିପୁର ରକ୍ତରେ ଭିଜିଥିଲା ।

ତେବେ ସମୃକ୍ତ ମାମଲାରେ ଆଜି ସିବିଆଇ ଗୌହାଟି କୋର୍ଟରେ ଚାର୍ଜସିଟ୍ ଦାଖଲ କରିଥିବା ଜଣାପଡିଛି । ସେହି ଭିଡିଓରେ ଥିବା ୬ ଜଣ ମୁଖ୍ୟ ଅଭିଯୁକ୍ତଙ୍କ ନାଁରେ ଚାର୍ଜସିଟ୍ ଦାଖଲ କରିଛି ସିବିଆଇ । ସେଥିôୁ ଜଣେ ନାବାଳକ ଥିବା ମଧ୍ୟ ଜଣାପଡିଛି। ତେବେ ଦେଖିବା ବାକି ରହିଲା ସମୃୃକ୍ତ ମାମଲାରେ ପୀଡିତାଙ୍କୁ କେତେ ଶୀଘ୍ର ନ୍ୟାୟ ଦେଉଛନ୍ତି ଭଅରତ ସରକାର ବା ଭାରତୀୟ ଆଇନ୍ ।

Leave a Reply

Your email address will not be published. Required fields are marked *