Pratidin TV

Odisha's Digital News Platform

ଧାନ ମଣ୍ଡିରେ ଲାଗିବ ସିସିଟିଭି, ନିର୍ଦ୍ଦେଶ ଦେଲେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର

1 min read

ଧାନ ମଣ୍ଡିରେ ଲାଗିବ ସିସି କ୍ୟାମେରା। ଧାନ ନେଇଯାଉଥିବା ଗାଡିରେ ଲାଗିବ GPS। ସୁଚନା ଦେଲେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ସବୁ ମଣ୍ଡିରେ CC ଟିଭି ଲଗାଯିବ। ଦୁର୍ନୀତି ରୋକିବାକୁ ଟେକ୍ନୋଲୋଜି ବ୍ୟବହାର କରାଯିବ। ମଣ୍ଡିରୁ ଧାନ ଯେତେବେଳେ ମିଲର ପାଖକୁ ଯାଉଛି ସେହି ସମୟରେ ଗାଡିରେ ଲଗାଯିବ GPS । ତାହା ଚେକ୍ କରାଯିବ ଯେ ପ୍ରକୃତ ମଣ୍ଡିରୁ ମିଳର ପାଖକୁ ଯାଉଛି ନା ନାହିଁ । ଏଥି ପାଇଁ ଜିଲ୍ଲାପାଳଙ୍କୁ ଅବଗତ କରଯାଇଛି। ଆସନ୍ତା ୨ ମାସ ମଧ୍ୟରେ ପ୍ଲାନ୍ କରି କାର୍ଯ୍ୟ ଜାରି କରାଯିବ। ଏନେଇ ଆଜି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ସୂଚନା ଦେଇଛନ୍ତି ।

ଦରଦାମକୁ ଆମେ ଗୋଟେ କଣ୍ଟ୍ରୋଲକୁ ଆଣୁଚୁ । ପିଆଜ ଆଳୁ ଦର ଏବେ ସ୍ଥିର ରହିଛି। ଅଧିକ ଉପରକୁ ଯାଉ ନାହିଁ। ନାସିକ, ଆନ୍ଧ୍ର ଓ WB ପିଆଜ ଆଳୁ ଆସୁଛି ସେଠି ରେଟ ଅଧିକ ଅଛି। ତେବେ ସବୁ ଗୋଦାମ ସର୍ଚ୍ଚ ସେମାନଙ୍କ କରାଯାଉଛି କିଣା ବିଲ ଦେଖାଯାଉଛି । ଯଦି କିଏ ଚଢ଼ା ଦରରେ ବିକ୍ରି କରେ ତାହା ହେଲେ ରେଡ ହେବ । ଖୁଚୁରା ବ୍ୟବସାୟ ବହୁତ ଅଧିକ ଲାଭ ରଖି ବିକ୍ରି କରୁଥିବେତାହା ହେଲେ ସେମାନଙ୍କ ଉପରେ ମଧ୍ୟ ରେଡ ହେବ। ଏନେଇ ନିର୍ଦ୍ଦେଶ ଦେଇଛନ୍ତି ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର |

ପ୍ରତ୍ୟେକ ବ୍ଲକରେ ଗୋଟେ ଗୋଟେ ଶୀତଳ ଭଣ୍ଡାର କରାଯିବ । ଏହାକୁ ମାନିଫେଷ୍ଟରେ ମଧ୍ୟ ରଖାଯାଇଥିଲା । କୃଷି ବିଭାଗ ସହ ଆଲୋଚନା କହିଛନ୍ତି ମନ୍ତ୍ରୀ। ଏହା ସହ କ୍ୟାବିନେଟ ବୈଠକରେ ମଧ୍ୟ ବସି ଆଲୋଚନା କରାଯିବ ସହ ଏହି ବିଷୟରେ କେମିତି କାର୍ଯ୍ୟକାରି ହେଇପାରିବ। ଶୀତଲ ଭଣ୍ଡାରକୁ ନେଇ ମଧ୍ୟ ମୁଖ୍ୟମନ୍ତ୍ରୀ ମଧ୍ୟ ଇଚ୍ଛା ପ୍ରକାଶ କରିଛନ୍ତି। ପ୍ରତି ବ୍ଲକରେ ଶୀତଳ ଭଣ୍ଡାର ଖୋଲାଯିବ ବୋଲି ମନ୍ତ୍ରୀ ପ୍ରତିକ୍ରିୟା ରଖିଛନ୍ତି ।

Leave a Reply

Your email address will not be published. Required fields are marked *