ରାଜଧାନୀ ରାଜରାସ୍ତାରେ ଛାତ୍ରଙ୍କୁ ନିର୍ମମ ହତ୍ୟା
1 min readନୂଆଦିଲ୍ଲୀ : ରାଜଧାନୀ ରାଜରାସ୍ତାରେ ଦେଖାଦେଇଛୁ ଏକ ଅଭାବନୀୟ ହୃଦୟବିଦାରକ ଘଟଣା । ଯାହା ନିକଟସ୍ଥ ଏକ ସିସିଟିଭି କ୍ୟାମେରାରେ କଏଦ୍ ହୋଇଥିଲା । ଘଟଣାଟି ଗୁରୁବାର ରାତିର ବୋଲି ସିସିଟିଭି ଫୁଟେଜରୁ ଜଣାପଡିଛି । ତେବେ ଘଟଣାଟି ଦକ୍ଷିଣ ଦିଲ୍ଲୀର ମାଲବ୍ୟନଗର କେ ଜନଗହଳିପୂର୍ଣ୍ଣ ରାସ୍ଥାରେ ଘଟିଥିଲା । ସେଠାରେ କରାଯାଇଥିବା ହତ୍ୟାଟି ସମ୍ଫୂର୍ଣ୍ଣଭାବେ ସିସିଟିଭିରେ କଏଦ୍ ହୋଇଯାଇଥିଲା ।
ପୋଲିସ ଦେଇଥିବା ସୂଚନା ଅନୁଯାୟ ମୟଙ୍କ ନାମକ ଜଣେ ୨୫ ବର୍ଷିୟ ହୋଟେଲ ମ୍ୟାନେଜମେଣ୍ଟ ଛାତ୍ର ନିଜର ବନ୍ଧୁ ବିକାଶ ପନଓାରଙ୍କ ସହ ମାଲବ୍ୟନଗରର ବେଗୁମପୁର କିଲ୍ଲାରେ ବସି ଦେଟାରେ ଗପସପ ହେଉଥିଲେ । ଠିକସେହି ସମୟରେ ୪ ରୁ ୫ ଜଣ ଦୁର୍ବୁତ୍ତ ଛୁରାଧରି ତାଙ୍କ ନିକଟକୁ ଆସିଥିଲେ । ଏହାପରେ ସେମାନଙ୍କ ମଧ୍ୟରେ କିଛି ଯୁକ୍ତି ହୋଇଥିଲା । ସେହିସମୟରେ ମୟଙ୍କ ସେଠାରୁ ଖସି ପଳାଇବାକୁ ଉଦ୍ୟମ କରିଥିଲେ କିନ୍ତୁ ର୍ଦୁଭାଗ୍ୟ ବସତଃ ଦୁର୍ବତ୍ତମାନେ ମୟଙ୍କଙ୍କୁ ଧରିନେଇଥିଲେ ଓ ଏହାପରେ ଛୁରୀ ଦ୍ୱାରା ତାଙ୍କ ଉପରକୁ ରାସ୍ତା ମଝିରେ ଆକ୍ରମଣ କରିଥିଲେ । ସେଠାରେ ଅନେକ ଲୋକ ଥିବା ଅବସ୍ଥାରେ ହିଁ ଦୁବୁତ୍ତମାନେ ଏପରି କାଣ୍ଡ ରଚାଇଥିଲେ । ଏହାପରେ ଦୁର୍ବୁତ୍ତମାନେ ସେଠାରୁ ଚାଲିଯାଇଥିଲେ ।
ଘଟଣା ସ୍ଥଳରେ ଉପସ୍ଥିତ ଥିବା ସାଙ୍ଗ ବିକାଶ ମୟଙ୍କଙ୍କୁ ଗୁରୁତର ଅବସ୍ଥାରେ ଦିଲ୍ଲୀ ଏମସ୍ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ । ସେହିଠାରେ ଚିକିତ୍ସାଧିନ ସମୟରେ ହିଁ ମୟଙ୍କଙ୍କ ମୃତ୍ୟୁ ହୋଇଯାଇଥିଲା । ପରିବାର ଲୋକଙ୍କ ଅଭିଯୋଗ ପରେ ପୋଲିସ ସେହି ୪-୫ ଜଣ ଦୁବୁର୍ତ୍ତ ମାନଙ୍କ ନାରେ ହତ୍ୟାମାମଲା ରୁଜୁ କରି ସିସିଟିଭି ଆଧାରରେ ତଦନ୍ତ ଆରମ୍ଭ କରିଦେଇଛି । କିନ୍ତୁ ଆଜିକାଲି ଦୁନିଆରି ଦିନକୁ ଦିନ ହଜିଯାଉଛି ମଣିଷତ୍ୱ । ଘଟଣାସ୍ଥଳରେ ଅନେକ ଲୋକ ଉପସ୍ଥିତ ଥିଲେ ମଧ୍ୟ ମୟଙ୍କଙ୍କୁ ସାହାର୍ଯ୍ୟ କରିବାକୁ କେହି ଆସିନଥିଲେ । ଯଦି ସେହିଠାରେ କିଛି ବ୍ୟକ୍ତି ମାନବିକତା ଦେଖାଇ ଯୁବକଜଣଙ୍କୁ ବଞ୍ଚାଇବାକୁ ଆଗେଇ ଆସିଥାନ୍ତେ ତେବେ ବିଚ୍ ରୋଡରେ ଏମିତି ନିର୍ମମ ହତ୍ୟା ହୋଇପାରିନଥାନ୍ତା । କିନ୍ତୁ ଦୁଃଖର କଥା ଆଜିକାଲି ଲୋକମାନଙ୍କ ମଧ୍ୟରୁ ଧିରେ ଧିରେ ହଜିଯାଉଛି ମାନବିକତା ।