Pratidin TV

Odisha's Digital News Platform

ସିବିଆଇ ହାତରେ ଲାଗିଛି CCTV ଫୁଟେଜ , ଆଉ ଖସି ପାରିବନି ପିଶାଚ ସଞ୍ଜୟ ..

1 min read

ଏବେ ଆଉ ଖସି ପାରିବନି ସେହି ପିଶାଚ ସଞ୍ଜୟ । ଖୋଲି ଯାଇଛି ସେଦିନର ସେହି କଳା ରାତିର ଗୁମର । କାରଣ CCTV ହେଉଛି ତାର ମୁକ ସାକ୍ଷୀ । ଏବେ ସେହି CCTV ଫୁଟେଜ ଏବେ ସିବିଆଇ ହାତରେ ଲାଗିଛି । ଯେଉଁଥିରେ ସେହି ରାକ୍ଷସ ସଞ୍ଜୟର କଳା କାରନାମା ର କାହାଣୀ କହୁଛି । ପୀଡିତା କାମ କରୁଥିବା କାଡ଼ିଓଲୋଜି ବିଭାଗର ଲାଗିଥିବା କ୍ୟାମେରାରୁ ଫୁଟେଜ ସଂଗ୍ରହ କରିଛି ସିବିଆଇ । ସିସିଟିଭି ଫୁଟେଜରୁ ସଫା ସଫା ଜଣାପଡୁଛି ଅଭିଯୁକ୍ତ ସଞ୍ଜୟ ରଏ ଘଟଣା ଦିନ ପୀଡ଼ିତାଙ୍କୁ ଚାହିଁ ରହିଥିଲା ଏବଂ ତାଙ୍କ ନିକଟରେ ଏପଟସେପଟ ହେଉଥିବା ଦେଖିବାକୁ ମିଳିଛି।ସିସିଟିଭି ଫୁଟେଜରୁ ଜଣାପଡିଛି ଅଗଷ୍ଟ ୮ ତାରିଖ ପୂର୍ବାହ୍ନ ୧୧ଟାରେ ସଞ୍ଜୟ ଛାତି ବିଭାଗ ଓ୍ବାର୍ଡରେ ଉପସ୍ଥିତ ଥିଲା। ଯେଉଁଠାରେ ପୀଡ଼ିତା ଏବଂ ୪ ଜଣ କନିଷ୍ଠ ଡାକ୍ତର ବି ଥିଲେ।

ସଞ୍ଜୟ କିଛି ସମୟ ଧରି ପୀଡ଼ିତାଙ୍କୁ ନିରୀକ୍ଷଣ କରିବା ପରେ ସେଠାରୁ ଚାଲିଯାଇଥିଲା। ଏହା ପରେ ସନ୍ଧ୍ୟାରେ ସଞ୍ଜୟ ପୁଣି ଥରେ ଓ୍ବାର୍ଡରେ ପ୍ରବେଶ କରିଥିଲା। ରାତିରେ ପୀଡ଼ିତା ଭୋଜନ ପାଇଁ ଅନ୍ୟ ୪ କନିଷ୍ଠ ଡାକ୍ତରଙ୍କ ସହିତ ଓ୍ବାର୍ଡରୁ ବାହାରି ଚାଲିଯାଇଥିଲେ। ପରେ ରାତି ପ୍ରାୟ ୧ଟା ସମୟରେ ସେ ବିଶ୍ରାମ ନେବାକୁ ସେମିନାର ହଲ୍‌କୁ ଯାଇଥିଲେ। ରାତି ପ୍ରାୟ ୨ଟା ୩୦ରେ ଜଣେ କନିଷ୍ଠ ଡାକ୍ତର ପୀଡ଼ିତାଙ୍କ ସହିତ ଶେଷ ଥର ପାଇଁ କଥା ହୋଇଥିଲେ। ଏହାପରେ ପୀଡ଼ିତା ସେମିନାର ହଲ୍‌ରେ ଶୋଇପଡ଼ିଥିଲେ। ତେବେ ସେହି ସିସିଟିଭି ଫୁଟେଜରୁ ଦେଖିବାକୁ ମିଳିଛି ଯେ ଅଭିଯୁକ୍ତ ସଞ୍ଜୟ ରାତି ପ୍ରାୟ ୪ଟାରେ ପୁଣି ଥରେ ହସ୍ପିଟାଲ ଆସିଥିଲା। ଏହାପରେ ସେ ସେମିନାର ଏପରି ଜଘନ୍ୟ କାଣ୍ଡ ଘଟାଇଥିଲା । ସଞ୍ଜୟ କୁ ନେଇ ଆହୁରି ଗୁରତର କଥାର ଖୁଲାସା କରିଛି ସିବିଆଇ । ସଞ୍ଜୟ ପିଶାଚିକ ପ୍ରବୃତ୍ତିର ସେ ଅଶ୍ଳୀଳତା ସହ ଜଡିତ ଥିଲେ । ଏପରି ଏକ ଅମାନବୀୟ ଓ ବିଭତ୍ସ କାଣ୍ଡ ଘଟାଇ ମଧ୍ୟ ଦ୍ୱେଷ କି ଅନୁତପ୍ତ ନୁହେଁ ।

Advertisement

Leave a Reply

Your email address will not be published. Required fields are marked *