Pratidin TV

Odisha's Digital News Platform

ଆମେରିକାରେ ୪ ଭାରତୀୟଙ୍କ ମୃତ୍ୟୁ ରହସ୍ୟ : ପ୍ରଥମେ କିଡନାପ୍ ପରେ ଡେଥ୍ ଏବେ ସିସିଟିଭି ଫୁଟେଜ୍

1 min read

ନୂଆଦିଲ୍ଲୀ : ଭାରତୀୟ ମାନଙ୍କୁ ନେଇ ଅନେକ ସମୟରେ ବାହର ଦେଶରେ ବିବାଦ ଦେଖାଦେଇଛି । ତେବେ ନିକଟରେ ଜଣେ ଭାରତୀୟ ମହିଳାଙ୍କୁ ବିଦେଶରେ କିଛିି ବିଦେଶୀ ମହିଳା ରଙ୍ଗ ତଥା ଭାରତୀୟଙ୍କ ବର୍ଣ୍ଣକୁ ନେଇ ପ୍ରତମେ ମଜାକ୍ ଉଡାଇଥିଲେ ।ଏବଂ ତାପରେ ହଠାତ୍ ତାଙ୍କ ଉପରକୁ ଆକ୍ରମଣ କରିଥିଲେ । ଏହି ଘଟଣାଟି ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଥିଲେ ସୁଦ୍ଧା ଆଇନ ଅନୁଯାୟୀ ଏହା ଉପରେ କୌଣସି ପ୍ରକାରର କାର୍ଯ୍ୟାନୁଷ୍ଟାନ ଗ୍ରହଣ କରାଯାଇନଥିଲା ।
ତେବେ ପୁଣି ଏକ ଭାରତୀୟ ପରିବାରକୁ ନେଇ ଆମେରିକାର କାଲିଫର୍ଣ୍ଣିଆରେ ବିବାଦ ଜୋର ଧରିଛି ।

ସୂଚନା ଅନୁଯାୟୀ ଆମେରିକାରେ କାଲିଫର୍ଣ୍ଣିଆରେ ରହୁଥିବା ଏକ ଭାରତୀୟ ଶିଖ୍ ପରିବାରର ୪ ଜଣ ସଦସ୍ୟଙ୍କ ମୃତଦେହ ଗତକାଲି ଉଦ୍ଧାର କରାଯାଇଛି। ଉକ୍ତ ପରିବାର ସଦସ୍ୟଙ୍କୁ ଅପହରଣ ପରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ ଆମେରିକା ପୋଲିସ ନିକଟରେ ଅଭିଯୋଗ ପହଞ୍ଚିବା ପରେ ପୋଲିସ ଘଟଣାଟିର ଛାନ ଭିନ କରିଥିଲା । ଘରପାଖରେ ଲାଗିଥିବା ଏକ ସିସିଟିଭି ଫୁଟେଜ୍‌ର ଯାଞ୍ଚରୁ ଉକ୍ତ ପରିବାରର କିଡ୍‌ନାପ ସମୟର ଦୃଶ୍ୟ ସାମ୍ନାକୁ ଆସିଥିଲା । ତେବେ କଣ ପାଇଁ ଉକ୍ତ ପରିବାରର ସମସ୍ତଙ୍କୁ କିଡନାପ କରି ଏପରି ନିର୍ମମ ହତ୍ୟା କରାଗଲା ତାହା ବର୍ତ୍ତମାନ ପର୍ଯ୍ୟନ୍ତ ରହସ୍ୟ ଘେରରେ ରହିଛି ।

ମୃତ ପରିବାର ସଦସ୍ୟଙ୍କ ଘର ପଞ୍ଜାବର ହୋସିରାପୁରରେ। ବ୍ୟବସାୟ ପାଇଁ ଏହି ପରିବାର କାଲିଫର୍ଣ୍ଣିଆରେ ରହୁଥିଲେ। ମୃତକମାନେ ହେଲେ ୮ ମାସର ଆରୋହୀ ଡେରୀ, ୨୭ ବର୍ଷୀୟ ମା’ ଜସଲିନ କୌର, ୩୬ ବର୍ଷିୟ ବାପା ଜସଦୀପ ସିଂହ ଏବଂ ୩୯ ବର୍ଷିୟ ମଉସା ଅମନଦିପ୍ ସିଂ । ସୋମବାର ଉକ୍ତ ପରିବାର ମାଲିକାନାରେ ଥିବା ଏକ କାରକୁ ଜବତ କରାଯାଇଛି। ଏହି କାରରେ ଉକ୍ତ ପରିବାର ସଦସ୍ୟଙ୍କୁ ଅପହରଣ କରାଯାଇଥିବା ସେଠିକାର ପୁଲିସ ସୂଚନା ଦେଇଛି। ସାଉଥ ହାଇୱେ-୫୯ ଉପରୁ ଦୁର୍ବୃତ୍ତମାନେ ମାରଣାସ୍ତ୍ର ଦେଖାଇ ଅପହରଣ କରିଥିବା ଜଣାପଡ଼ିଛି । ଏହାକୁ ନେଇ ଆମେରିକାରେ ରହୁଥିବା ଭାରତୀୟଙ୍କ ମଧ୍ୟରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି ।

ଅନ୍ୟପଟେ ପୋଲିସ ସିସିଟିଭି ଫୁଟେଜ୍ ଆଧାରରେ ଗାଡିକୁ ଠାବ କରିବା ସହ ସପୃକ୍ତ ହତ୍ୟାକାରୀଙ୍କୁ ଗୁରୁତର ଅବସ୍ଥାରେ ଗିରଫ୍ କରିଛି । ଅଭିଯୁକ୍ତ ଜଣଙ୍କ ଭାରତୀୟ ପରିବାରର ୪ ଜଣଙ୍କୁ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିବାକୁ ଉଦ୍ୟାମ କରି ପୋଲିସ ହାତରେ ବିଫଳ ହୋଇଥିଲା । ତେବେ ଏହି ଅପହରଣ କଣ ପାଇଁ କରାଯାଇଥିଲା ଏବଂ ପରିବାରର ୪ ଜଣଙ୍କୁ ର୍ଟାଗେଟ କରି କାହିଁ ଏପରି ନିର୍ମମ ହତ୍ୟା କରାଗଲା ତାହା ଏଯାଏ ସ୍ପଷ୍ଟ ହୋଇପାରିନି ।

Leave a Reply

Your email address will not be published. Required fields are marked *