ଜିଲ୍ଲାପାଳଙ୍କ ବିରୁଦ୍ଧରେ ସଙ୍ଗୀନ ଅଭିଯୋଗ ଆଣିଲେ ବରଗଡ CDMO , କହିଲେ ର୍ଦୁବ୍ୟବହାର ସହ ଦେଉଛନ୍ତି ଧମକ୍..
1 min readବରଗଡ : ବରଗଡ଼ ଜିଲ୍ଲାରେ ନୂତନ ଭାବେ ଯୋଗ ଦେଇଥିବା ସିଡିଏମଓ ଡାକ୍ତର ଚାରୁବାଳା ରଥଙ୍କୁ ବରଗଡ଼ ଜିଲ୍ଲାପାଳ ଫୋନରେ ଧମକ ଦେବା ସହିତ ଦୁର୍ବ୍ୟବହାର କରିଥିବା ସଂଗୀନ ଅଭିଯୋଗ ହୋଇଛି । ଜିଳ୍ଲାପାଳଙ୍କ ଏଭଳି ଦୁର୍ବ୍ୟବହାରକୁ ନେଇ ବରଗଡ଼ ସିଡିଏମଓ ଡାକ୍ତର ଚାରୁବାଳା ରଥ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସଚିବଙ୍କୁ ଲିଖିତ ଭାବେ ଜଣାଇଛନ୍ତି ।
ବରଗଡ଼ ଜିଲ୍ଲାପାଳ ମୋନିଷା ବାନାର୍ଜୀ ତାଙ୍କୁ ଅଯଥାରେ ଗାଳିଗୁଳଜ କରି ବାରମ୍ବାର ଦୁର୍ବ୍ୟବହାର କରୁଥିବାରୁ ତାଙ୍କ ସ୍ବାଭିମାନକୁ ଆଘାତ ଲାଗିଛି । ଏନେଇ ସେ ଜିଲ୍ଲାପାଳ ମୋନିଷା ବାନାର୍ଜୀଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀ ଓ ବିଭାଗୀୟ ସଚିବଙ୍କୁ ଅନୁରୋଧ କରିଛନ୍ତି ।