Pratidin TV

Odisha's Digital News Platform

(ଭିଡିଓ) କାରଣ ନକହି ରୁମ ଭିତରକୁ ପଶି ଅଙ୍ଗନବାଡି ସୁପରଭାଇଜରଙ୍କୁ ଘୋଷାଡି ଆଣି ମାଡ ମାରିଲେ ସିଡିପିଓ..

1 min read

ଯାଜପୁର : ସିଡିପିଓଙ୍କ ଦାଦାଗିରି । ବିନା କାରଣରେ ଆସି ଅଙ୍ଗନବାଡି ସୁପରଭାଇଜରଙ୍କ ଉପରେ କଲେ ଆକ୍ରମଣ । ଏପରି ଅପ୍ରତ୍ୟାଶିତ ଘଟଣା ଯାଜପୁର ଜିଲ୍ଲା ବଡ଼ଚଣା ଆଇ ସି ଡି ଏସ ଅଫିସରେ ଦେଖିବାକୁ ମିଳିଛି । ସୁପରଭାଇଜରଙ୍କ ଅଭିଯୋଗ ଅନୁଯାୟୀ ଗତକାଲି ଦିନ ତିନିଟା ସମୟ ରେ ସୁପରଭାଇଜର ସୁବାସିନି ଦାସ (୫୫) ଅଫିସ ରେ ଥିଲେ । ସେଠାରେ ସେ କିଛି ସହ କର୍ମୀ ଙ୍କ ସହ ବସି ଆଲୋଚନା କରିଥିଲେ । ଠିକ୍ ଏତିକି ବେଳେ ରୂମ ଭିତରକୁ ସିଡ଼ିପିଓ ଭଗବତୀ ଗୁରୁ ତାଙ୍କ ନିକଟକୁ ଆସି ପ୍ରଥମେ ଗାଳି ଗୁଲଜ କରିବା ଆରମ୍ଭ କରିଥିଲେ । ଏତିକିରେ ଥମି ନଥିଲା ତାଙ୍କର ରାଗ ,କେହି କିଛି ଜାଣିବା ଆଗରୁ ସେ ସୁବାସିନିଙ୍କ ଉପରକୁ ଗୋଇଠା, ବିଧା ମାରିବା ସହ ଚୁଟି ଟାଣି ତଳେ ପକାଇ ଦେଇଥିଲେ । ଏ

ହା ପରେ କାର୍ଯ୍ୟଳୟ କୁ ନ ଆସିବାକୁ ସୁବାସୀନିଙ୍କୁ ତାଗିଦ କରିଥଲେ । ମାଡ ଖାଇ ଆହତ ହୋଇଥିବା ବେଳେ ଶେଷରେ ସୁବାସିନି ଚେତା ଶୂନ୍ୟ ହୋଇ ପଡିଥିଲେ । ଏହାପରେ ସେଠାରେ ଉପସ୍ଥିତ ଥିବା ସହ କର୍ମୀ ତାଙ୍କୁ ଉଦ୍ଧାର କରି ପାଣି ପିଆଇଥିଲେ । ପରେ ସନ୍ଧ୍ୟା ରେ ସୁବାସିନୀ ସିଡିପିଓଙ୍କ ବିରୋଧରେ ବଡ଼ଚଣା ଥାନା ରେ ଏତଲା ଦେଇ ଥିଲେ । ପୋଲିସ ଘଟଣା ବାବଦରେ ପଚାରି ବୁଝି ମାମଲା ରୁଜ୍ଜୁ କରିଛି । ତେବେ ସି ଡି ପି ଓ ଅନେକ ସମୟରେ ଅଫିସ କର୍ମଚାରୀ ମାନଙ୍କୁ ଧମକ ଦେବା ସହ ମାଡ ମରିଥାଆନ୍ତି ବୋଲି ଅଙ୍ଗନବାଡି ସୁପରଭାଇଜର ଅଭିଯୋଗ କରିଛନ୍ତି । ଗତକାଲି ର ଘଟଣାକୁ ସମସ୍ତ ଷ୍ଟାଫ୍ ଦେଖିଥିବା ବେଳେ ଏହାକୁ ନିନ୍ଦା କରିଛନ୍ତି । ଅନ୍ୟ ପଟରେ ସିଡିପିଓ ବଡଚଣା ଥାନା ରେ ଉକ୍ତ ମହିଳାଙ୍କ ବିରୋଧରେ ଏକ ପାଲଟା ଅଭିଯୋଗ ମଧ୍ୟ କରିଛନ୍ତି ।

Advertisement

Leave a Reply

Your email address will not be published. Required fields are marked *