Pratidin TV

Odisha's Digital News Platform

ଭୋଟ ଗଣତି ପୂର୍ବରୁ ସିଇସିଙ୍କ ପ୍ରତିକ୍ରିୟା , କହିଲେ ମତଦାନରେ ରେକର୍ଡ ଭାଙ୍ଗିଲେ ମହିଳା ..

1 min read

ଦେଶରେ ସାତଟି ପର୍ଯ୍ୟାୟରେ  ନିର୍ବାଚନ ପ୍ରକ୍ରିୟା ଶେଷ ହୋଇଛି  । ଆସନ୍ତାକାଲି ଅର୍ଥାତ ମଙ୍ଗଳବାର ଦିନ  ନିର୍ବାଚନ ଫଳାଫଳ ଆସିବାକୁ ଯାଉଛି। ଏହାପୂର୍ବରୁ ଆଜି ନିର୍ବାଚନ ଆୟୋଗ ଏକ ସାମ୍ବାଦିକ ସମ୍ମିଳନୀ କରି  ସାତ ପର୍ଯ୍ୟାୟ ନିର୍ବାଚନ ପ୍ରକ୍ରିୟା ବିଷୟରେ କହିଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଚଳିତ ନିର୍ବାଚନ ମତଦାନ ସାରା ବିଶ୍ୱରେ ଐତିହାସିକ ରେକର୍ଡ ସୃଷ୍ଟି କରିଛି । କେବେଳ ସେତିକି ନୁହେଁ ସେହି ପ୍ରେସ୍‌ମିଟ୍‌ରେ  ଛିଡ଼ା ହୋଇ ମହିଳା ଭୋଟରଙ୍କୁ ସମ୍ମାନ ଜଣାଇଛନ୍ତି। ୩୧ କୋଟିରୁ ଅଧିକ ମହିଳା ଭୋଟରଙ୍କୁ ନେଇ ମତଦାନ ହୋଇଥିବା ସେ କହିଛନ୍ତି।

ଏଥିରେ ଖୁସି ବ୍ୟକ୍ତ କରିଛନ୍ତି ନିର୍ବାଚନ କମିଶନ। ୨୦୧୯ଠାରୁ ୨୦୨୪ରେ ଅଧିକ ମହିଳା ଭୋଟର ରହିଥିବା ସେ କହିଛନ୍ତି। ୨୭ ରାଜ୍ୟରେ ରିପୋଲିଂ ବା ପୁନଃ ମତଦାନ ହୋଇ ନ ଥିବା ସେ କହିଛନ୍ତି। ଏହାଛଡା ସବୁଠୁ ଅଧିକ ସଂଖ୍ୟକ ଭୋଟର ମତଦାନ ଦେଇଛନ୍ତି । ବିଶେଷ କରି ଜମ୍ମୁ-କାଶ୍ମୀର ଭଳି ସମ୍ବୋଦନଶୀଳ ଅଞ୍ଚଳରେ ଚଳିତ ବର୍ଷ ସର୍ବାଧିକ ଭୋଟର ମତଦାନ କରିଛନ୍ତି । ଏହାସହ ପୂର୍ବ ନିର୍ବାଚନ ଅପେକ୍ଷା ଚଳିତ ବର୍ଷ ନିର୍ବାଚନରେ ସର୍ବାଧିକ ମହିଳା ଭୋଟର ନିଜର ମତସାବ୍ୟସ୍ତ କରିଛନ୍ତି । ଏଥର ୩୧ କୋଟି ମହିଳା ଭୋଟ୍ ଦେଇଛନ୍ତି, ଯାହା କି ପ୍ରଥମ ଥର ପାଇଁ ରେକର୍ଡ ସୃଷ୍ଟି କରିଛି ।

Advertisement

Leave a Reply

Your email address will not be published. Required fields are marked *