Pratidin TV

Odisha's Digital News Platform

PWDର ଅବହେଳା : ପୁଣି ଏମ୍‌କେସିଜି ଛାତରୁ ଖସିଲା ସିଲିଂ

1 min read

ଭୁବନେଶ୍ୱର : ଲଗାତାର ବ୍ରହ୍ମପୁର ବଡ ମେଡିକାଲରେ ଦେଖାଦେଇଛି ଦୁର୍ଘଟଣା । ଗତକିଛି ଦିନ ତଳେ ମେଡିକାଲରେ ନିଆଁ ଲାଗିଯାଇଥିଲା , ଏହାପରେ ଗତକାଲି ମଧ୍ୟ ସୁପର ସ୍ପେଶାଲିଷ୍ଟ ବ୍ଲକର ପଞ୍ଚମ ମହଲାର ଆଇସିୟୁ କରିଡରରୁ ସିଲିଂ ଖସିଥିଲା । ଏଥିରେ କାହାର କିଛି କ୍ଷତି ହୋଇନଥିଲା ବେଳେ ଆଜି ପୁଣି ସୁପର ସ୍ପେଶାଲିଷ୍ଟ ବ୍ଲକର ଛାତରୁ ସିଲିଂ ଖସିଛି । ତୃତୀୟ ମହଲାରେ ଥିବା ଏଣ୍ଡୋକ୍ରାଇନୋଲୋଜି ବିଭାଗରୁ ସିଲିଂ ଖସିଛି ।

ତେବେ ସ୍ୱଭାଗ୍ୟ ବସତଃ ଏଥିରେ କେହି ରୋଗୀ କିମ୍ବା ତାଙ୍କ ସର୍ମ୍ପକୀୟ ଆହତ ହୋଇନଥିଲେ । ସିଲିଂ ଖସିବା ପରେ ରୋଗୀମାନଙ୍କୁ ଅନ୍ୟ ଏକ ବ୍ଲକକୁ ସ୍ଥାନାନ୍ତରଣ କରାଯାଇଛି । ଏନେଇ ରୋଗୀମାନଙ୍କ ପରିବାର ଲୋକେ ମେଡିକାଲ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିଥିଲେ । କିନ୍ତୁ ସେମାନେ ଏ ବାବଦରେ ପିଡବ୍ଲୁଡିକୁ ଜଣାଇ ଦେଇଛୁ କହି ଚୁପ ରହିଯାଇଥିଲେ । ସରକାରୀ ସ୍ଥରରେ କାହିଁକି ଦେଖାଦେଉଛି ଏଭଳି ଅବହେଳିତ ସମସ୍ୟା । ଦୁଇ ଦୁଇଥର ଏଭଳି ଗମ୍ଭୀର ପରିସ୍ଥିତି ଦେଖାଦେବାପରେ ରୋଗୀମାନଙ୍କ ସୁରକ୍ଷା ଉପରେ ପ୍ରଶ୍ନ ଉଠାଇଛନ୍ତି ସ୍ଥାନୀୟ ଲୋକେ ।

Advertisement

Leave a Reply

Your email address will not be published. Required fields are marked *