Pratidin TV

Odisha's Digital News Platform

ଶ୍ରୀନଗରରେ ଯୋଗ ଦିବସ ପାଳନ କଲେ ମୋଦୀ: କହିଲେ ବିଶ୍ୱରେ ବଢୁଛି ଯୋଗ ପ୍ରତି ଆକର୍ଷଣ

1 min read

ଆଜି ଅନ୍ତର୍ଜାତୀୟ ଯୋଗ ଦିବସ । ଚଳିତବର୍ଷ ୧୦ମ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ହେଉଛି । ଏଥରର ଥିମ୍ ରହିଛି ‘ନିଜ ଓ ସମାଜ ପାଇଁ ଯୋଗ’ । ଏହି ଅବସରରେ ଶ୍ରୀନଗରରେ ଯୋଗ କରୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଡାଲ୍ ହ୍ରଦ ନିକଟରେ ଥିବା ଶୈର-ଏ-କଶ୍ମୀର ଇଣ୍ଟରନ୍ୟାସନାଲ ସେଣ୍ଟରରେ ଆୟୋଜିତ ଯୋଗ କାର୍ଯ୍ୟକ୍ରମରେ କରିବେ ଅଂଶଗ୍ରହଣ | ଏହି କାର୍ଯ୍ୟକ୍ରମରେ ମୋଦି ପ୍ରାୟ ୭ ହଜାର ଲୋକଙ୍କ ସହ ଏକତ୍ର କଲେ ଯୋଗ |

ଗୁରୁବାରଠାରୁ ଦୁଇ ଦିନିଆ ଗସ୍ତରେ ପ୍ରଧାନମନ୍ତ୍ରୀ ଜମ୍ମୁ କାଶ୍ମୀରରେ ପହଞ୍ଚିଛନ୍ତି। ଦଶମ ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଯୋଗ ପ୍ରତି ସାରା ବିଶ୍ୱ ଆକର୍ଷିତ ହୋଇଛି। ଦିନକୁ ଦିନ ଅଧିକରୁ ଅଧିକ ଲୋକ ଯୋଗାଭ୍ୟାସ କରୁଛନ୍ତି। ଶରୀର ଓ ମନକୁ ସୁସ୍ଥ ରଖିବା ପାଇଁ ଯୋଗ ଅତ୍ୟନ୍ତ ଆବଶ୍ୟକ।

କ୍ରମାଗତ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବା ପରେ ନରେନ୍ଦ୍ର ମୋଦିଙ୍କ ଏହା ପ୍ରଥମ ଜାମ୍ମୁ କାଶ୍ମୀର ଗସ୍ତ | ୨୦୧୫ ପରଠାରୁ ପ୍ରତିବର୍ଷ ଯୋଗ ଦିବସରେ ଆୟୋଜିତ ଉତ୍ସବରେ ପ୍ରଧାନମନ୍ତ୍ରୀ ମୋଦି ନେତୃତ୍ୱ ନେଉଛନ୍ତି । ଆଜି ମଧ୍ୟ ଡାଲ୍ ହ୍ରଦ ନିକଟରେ ଯୋଗ ଦିବସ କାର୍ଯ୍ୟକ୍ରମରେ ପ୍ରାୟ ୭ ହଜାର ଲୋକଙ୍କ ସହ ଏକତ୍ରିତ ଭାବେ ଯୋଗ କରୁଛନ୍ତି ମୋଦି |

Leave a Reply

Your email address will not be published. Required fields are marked *