ବରାକୁ ପୁରିଲା ୭୦ ବର୍ଷ , ଧୁମ୍ଧାମରେ ଢେଙ୍କାନାଳରେ ପାଳନ ହେଉଛି ବରା ଦିବସ ..
1 min readବରା ପାଇଁ ଦିନଟିଏ । ଢେଙ୍କାନାଳ ସହିତ ଜୋଡି ହୋଇ ରହିଥିବା ପ୍ରସିଦ୍ଧ ବରାର ଐତିହ୍ୟ ପରମ୍ପରା ବଜାୟ ରଖିବାକୁ ଆଜି ଢେଙ୍କାନାଳରେ ବରା ଦିବସ ପାଳନ କରାଯାଇଛି ।ଏପ୍ରିଲ ୭ ତାରିଖ କୁ ଢେଙ୍କାନାଳ ବାସୀ ବରା ଦିବସ ରୂପେ ପାଳନ କରୁଛନ୍ତି । ଆଜି ସେହି ଢେଙ୍କାନାଳ ବରାକୁ ପୁରିଛି ୭୦ ବର୍ଷ । ୭୦ ବର୍ଷ ତଳେ ଆଜି ର ଦିନରେ ଢେଙ୍କାନାଳ ରେ ସ୍ୱାଦିଷ୍ଟ ବରା ର ମହକ ଢେଙ୍କାନାଳ ବଜାର ରେ ଖେଳି ଥିଲା । ଆଜି ଏହି ବରା ଦିବସ କୁ ସ୍ଥାନୀୟ ସୂର୍ଯ୍ୟ ମଣ୍ଡପ ଠାରେ ସଚେତନ ନାଗରିକ ମଞ୍ଚ ପକ୍ଷରୁ ପାଳନ କରାଯାଇଛି ।
ସହର ର ବୁଦ୍ଧିଜୀବୀ, ଆଇନିଜିବି, ବଣିକ ସଂଘ, ସାମ୍ବାଦିକ ସଂଘ, ତଥା ବରିଷ୍ଠ ନାଗରିକ, ମହିଳା ମାନେ ବରା ଦିବସ ଉତ୍ସବ ରେ ଯୋଗ ଦେଇଥିଲେ । ଦେଶୀ ବିରି, ଚାଉଳ ବଟା ରେ ପିଆଜ, ଅଦା, କଞ୍ଚା ଲଙ୍କା, ଭ୍ରୁସୁଂଗା ପତ୍ର ମିଶାଇ ବରା ତିଆରି ହେଉଛି । ଆଉ ସହର ବାସୀ ଘୁଗୁନି ସହିତ ବରା ର ମଜା ନେଇଛନ୍ତି । ତେବେ ଏହି ବରା ଦିବସ ଉପଲକ୍ଷେ ଢେଙ୍କାନାଳ ବରା କୁ ଜିଆଇ ଟ୍ୟାଗ ର ମାନ୍ୟତା ଦାବି କରିଛନ୍ତି ଢେଙ୍କାନାଳ ବାସୀ ।