Pratidin TV

Odisha's Digital News Platform

ଚିଲିକା ଜଳରାଶିରେ ନିଆରା ଢଙ୍ଗରେ ରଥଯାତ୍ରା ପାଳନ

1 min read

ଖୋର୍ଦ୍ଧା ଜିଲ୍ଲା ଚିଲିକା ନଇ ଗ୍ରାମ ନିକଟ ଚିଲିକା ଜଳରାଶି କାଙ୍କଣ ଶିଖରି କୁଦରେ ଜଗତର ନାଥ ଜଗନ୍ନାଥଙ୍କର ଏକ ନିଆରା ରଥ ଯାତ୍ରା ଜଳରାଶି ମଧ୍ୟରେ ରଥଯାତ୍ରା ହୋଇ ଯାଇଅଛି।ସାରା ବିଶ୍ବରେ ସ୍ଥଳପଥରେ ରଥଯାତ୍ରା ହେଉଥିବା ବେଳେ କଙ୍କଣ ଶିଖରିରେ ଡଙ୍ଗା ମାଧ୍ୟମରେ ଏକ ରଥ କରି ଚିଲିକା ଜଳ ରାଶିରେ କାଙ୍କଣ କୁଦର ଚତୁଃପାର୍ଶ୍ଵରେ ଏକ ନିଆରା ଭବରେ ରଥ ଯାତ୍ରା ପାଳନ ହେଉଛି। ଘଣ୍ଟ, ତୂରୀ ଭେରି ବାଦ୍ୟରେ ଓ ଖୋଳ, ମୃଦଙ୍ଗ, ହୁଳହୁଳିରେ କମ୍ପି ଉଠୁଥିଲା କାଙ୍କଣ ଶିଖାରୀ, ଜୟ ଜଗନ୍ନାଥ ଧ୍ୱନିରେ ଜଗନ୍ନାଙ୍କ ପହଣ୍ଡି ଓ ରଥଯାତ୍ରାରେ ସତେ ଯେପରି ଭକ୍ତମୟ ହୋଇଯାଇଥିଲା।

ଯେତେବେଳେ ପ୍ରଭୁ ଜଗତର ନାଥ ଜଗନ୍ନାଥଙ୍କୁ ଆକ୍ରମଣ କରିଥିଲା।ଜଗତର ନାଥ ଜଗନ୍ନାଥ ଠିକ ସେହି ସମୟରେ ଚିଲିକା ଜଳରାଶି ମଧ୍ୟରେ ଆସି ଏହି କାଙ୍କଣ ସିଖରୀରେ ଥିଲେ। ଏହି କୁଦରେ କେବଳ କାଙ୍କଡ ଫଳୁଥିଲା ତେଣୁ ପ୍ରଭୁ ଜଗନ୍ନାଥଙ୍କ ନିକଟରେ କେବଳ କାଙ୍କଡ଼ ଭୋଗ ଲାଗୁଥିଲା। ଯାହାଫଳରେ ଉକ୍ତ କୁଦଟିର ନାମ କାଙ୍କଣ ଶିଖରୀ ନାମରେ ନାମିତ ହେଇଥିଲା।ଏବଂ ଜଳରାଶି ମଧ୍ୟରେ ପ୍ରଭୁ ଥିବାରୁ ଏଠାରେ ଜଳ ରାଶିରେ ଏକ ନିଆରା ଢଙ୍ଗରେ ଡଙ୍ଗାରେ ରଥଯାତ୍ରା ପାଳନ କରାଯାଉଛି।

Advertisement

Leave a Reply

Your email address will not be published. Required fields are marked *