Pratidin TV

Odisha's Digital News Platform

ସ୍ବେଚ୍ଛାସେବୀ ଅନୁଷ୍ଠାନ ସ୍ମାଇଲ ସର୍ଭ ଫାଉଣ୍ଡେସନ୍ ର ଦ୍ଵିତୀୟ ବାର୍ଷିକ ଉତ୍ସବ ପାଳନ । କଟକ ମେୟରଙ୍କ ସହ ଅନୁଭବ ଏବଂ ଅନ୍ୟ କଳାକାର ମାନେ ଯୋଗ ଦେଲେ ।

1 min read

କଟକ : ଓଡିଶାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ସ୍ମାଇଲ ସର୍ଭ ଫାଉଣ୍ଡେସନ ର ଦ୍ଵିତୀୟ ବାର୍ଷିକ ଉତ୍ସବ ଓ କର୍ମବୀର ସମ୍ମାନ ତଥା ସାସ୍କୃତିକ କାର‌୍ୟ୍ୟକ୍ରମ କଟକ କଳାବିକାଶ କେନ୍ଦ୍ରଠାରେ ଅନୁଷ୍ଠିତ ହୋଇଯାଇଛି । ତେବେ ଏହି କାର୍ଯ୍ୟକ୍ରମରେ ଉକ୍ତ ଉତ୍ସବରେ କଟକ ମେୟର ସୁବାଷ ସିଂ, ସୁପରଷ୍ଟାର ଅନୁଭବ ମହାନ୍ତି, ମିଟୁ ମିଥୁନ, ପ୍ରଦୀପ୍ତ ବେହେରା, ଅଭିମନ୍ୟୁ ଦାସ ପ୍ରମୁଖ ଯୋଗଦେଇଥିଲେ । ସର୍ଭ ସ୍ମାଇଲର ଫାଉଣ୍ଡର ପପୁ ସଭା ପରିଚାଳନା କରିବା ସହ ସଂପାଦକୀୟ ପାଠ କରିଥିଲେ ।

ଗଲା ଦୁଇ ବର୍ଷ ହେବ ସର୍ଭ ସ୍ମାଇଲ ଫାଉଣ୍ଡେସନ ଯେଉଁଭଳି ଭାବରେ ରୋଗୀ ସେବାଠାରୁ ଆରମ୍ଭ କରି ଦେୟମୁକ୍ତ ପାଠଶାଳା, ରକ୍ତ ଦାନ ଶିବିର , ବୃକ୍ଷ ରୋପଣ ଏବଂ ନିଜ ଜୀବନକୁ ବାଜି ଲଗାଇ ସେବା ଯୋଗାଇଛି ତାହା ଏକ ସ୍ମରଣୀୟ ହୋଇ ରହିବ । କେବଳ ସେତିକି ନୁହେଁ ସର୍ଭ ସ୍ମାଇଲ ଆଗକୁ ଆହୁରି ପ୍ରଗତି କରିବା ସହ କିପରି ସାଧାରଣ ଅସହ୍ୟ ନିରିହ ମାନେ ସେବା ପାଇପାରିବେ ସେ ଦିଗରେ ଏହି ଫାଉଣ୍ଡେସନ ଧ୍ୟାନ ଦେଇ ଯେମିତି ସାରା ରାଜ୍ୟରେ ଏକ ସୁନାମଧନ୍ୟ ସ୍ବେଚ୍ଛାସେବୀ ସଂଗଠନ ରେ ପରିଣତ ହେବ ବୋଲି ଅତିଥି ମାନେ ତାଙ୍କ ଅଭିଭାଷଣ ରେ ପ୍ରକାଶ କରିଥିଲେ ।

Advertisement

ଏହି କାର୍ଯ୍ୟକ୍ରମରେ କଟକ ତଥା ଓଡ଼ିଶା ର ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନ , ସାମ୍ବାଦିକ, ବରିଷ୍ଠ କଳାକାର, ସ୍ବାସ୍ଥ୍ୟ ଅଧିକାରୀ, ଅଗ୍ନିଶ୍ରମ ଅଧିକାରୀ ମାନଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ମାନିତ କରାଯାଇଥିଲା । ପରିଶେଷରେ ସଭାପତି ପ୍ରଜ୍ଞା ଏବଂ ଫାଉଣ୍ଡର ପପୁ ଏବଂ ସର୍ଭ ସ୍ମାଇଲ ଫାଉଣ୍ଡେସନ ରେ ସମସ୍ତ ସଦସ୍ୟ ଉପସ୍ଥିତ ରହି କାର‌୍ୟ୍ୟକ୍ରମ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *