Pratidin TV

Odisha's Digital News Platform

ପୁରା ପୁରି ବେସାହାରା ହୋଇଗଲେ ଅନୁଭବ , କାନ୍ଦି କାନ୍ଦି ଏପରି କହିଲେ ଅଭିନେତ୍ରୀ

1 min read

ପୁରା ପୁରି ବେସାହାରା ହୋଇଗଲେ ଅନୁଭବ । ଏବେ ଏକା ଏକା ଜୀବନର ରାସ୍ତା ଅତିକ୍ରମ କରିବାକୁ ପଡିବ ଅନୁଭବଙ୍କୁ । ଯାହାକୁ ସାତ ଜନ୍ମର ସାଥୀ କରିଥିଲେ ସିଏ ଆଜି ହାତ ଛାଡିଦେଲା । ଆଜି ବାପାର ହାତ ତାଙ୍କ ମୁଣ୍ଡ ଉପରୁ ଉଠିଗଲା । କେମିିତି ଏସବୁକୁ ସାମ୍ନା କରିବେ ଅଭିନେତା । କାହିଁକି ଦଇବ ତାଙ୍କୁ ଏପରି ଦୁଃଖ ଦେଇଛି । କାନ୍ଦି କାନ୍ଦି ଏପରି କିଛି କହୁଛନ୍ତି ଅଭିନେତ୍ରୀ ସ୍ନିଗ୍ଧା ମହାନ୍ତି । ଥରେ ଶୁଣି ନିଅନ୍ତୁ କଣ କହୁଛନ୍ତି ଅଭିନେତ୍ରୀ ।

ଅନୁଭବ ମହାନ୍ତିଙ୍କ ବାପା ଅଭୟ ମହାନ୍ତି ଜଣେ ବିଶିଷ୍ଟ ଶିକ୍ଷାବିତ ଥିଲେ । ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ୱରରେ ଏକ ଘରୋଇ ହସ୍ପିଟାଲରେ ତାଙ୍କର ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ହୋଇଥିଲା । ଦୀର୍ଘ ଦିନ ଧରି ସେ କିଡନୀ ରୋଗରେ ପୀଡ଼ିତ ଥିଲେ ।

Advertisement

ସ୍ୱର୍ଗତ ମହାନ୍ତିଙ୍କ ମରଶରୀରକୁ କଟକ ଚୌଧୁରୀ ବଜାର ସ୍ଥିତ ତାଙ୍କ ବାସଭବନକୁ ନିଆଯାଇଥିଲା । ସେଠାରେ ମାନ୍ୟଗଣ୍ୟ ବ୍ୟକ୍ତି ଓ ବନ୍ଧୁବାନ୍ଧବ ଶେଷ ଦର୍ଶନ କରିଥିଲେ । ଚଳଚ୍ଚିତ୍ର ଜଗତର ବହୁ କଳାକାର ମଧ୍ୟ ତାଙ୍କର ଶେଷ ଦର୍ଶନ କରିଥିଲେ । ମୃତଦେହ ପାଖରେ ଦୁଇ ପୁଅ ସାଂସଦ ଅନୁଭବ ଓ ଅନୁପ୍ରାସଙ୍କ ସହିତ ତାଙ୍କ ପରିବାର ସଦସ୍ୟ ଉପସ୍ଥିତ ଥିଲେ । ପରେ ଖାନନଗର ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା । ଅନୁଭବ ମହାନ୍ତି ମୁଖାଗ୍ନୀ ଦେଇଥିଲେ ।

Leave a Reply

Your email address will not be published. Required fields are marked *