Pratidin TV

Odisha's Digital News Platform

କାନ୍ଦି କାନ୍ଦି ବାପାଙ୍କୁ ଶେଷ ବିଦାୟ ଦେଲେ ଅନୁଭବ ..

1 min read

ଛାତିରେ ଛାତିଏ କୋହ ଆଖିରେ ଆଖିଏ ଲୁହକୁ ଚାପି ରଖି ବାପାଙ୍କୁ ବିଦାୟ ଦେଇଛନ୍ତି ଅନୁଭବ । ଆଜି ଅନୁଭବ ପୁରା ପୁରି ପଥର ପାଲଟିଯାଇଛନ୍ତି । ବାପାଙ୍କର ବିୟୋଗ ନୁହେଁ ସବୁ ଖୁସି ଆଜି ତାଙ୍କ ପାଖରୁ ଚାଲିଗଲା । ସବୁବେଳେ କହୁଥିଲେ ବାପା ଖୁବ୍ ଶୀଘ୍ର ଭଲହୋଇଯିବେ । ଆଉ ପୁଣି ଥରେ ଆମ ଘର ହସଖୁସିରେ ପୁରି ଉଠିବ । ହେଲେ ସବୁ କିଛି ଓଲଟ ପାଲଟ ହୋଇଗଲା । ବାପା ଅଧାବାଟରୁ ହାତ ଛାଡି ଚାଲିଗଲେ । ଆଗରୁ ବଡବାପଙ୍କର ମତ୍ୟୁ ହୋଇଥିଲା ପୁଣି ବାପାଙ୍କର ମୃତ୍ୟୁ ଏସବୁ କୁ ପୁରା ପୁରି ସ୍ତବ୍ଧ ପାଲଟିଯାଇଛନ୍ତି ଅନୁଭବ । ଲୁହ ଆଉ କୋହ ଭିତରେ ବାପାଙ୍କୁ ଦେଉଛନ୍ତି ଶେଷ ବିଦାୟ । ତେବେ ବାପାଙ୍କୁ ହରାଇ ଅନୁଭବ ଏକପ୍ରକାର ଭାଙ୍ଗି ପଡ଼ିଛନ୍ତି । ବାପାଙ୍କୁ ତାଙ୍କ ପାଖରୁ ଆଦୌ ଯିବାକୁ ଦେଉନାହାନ୍ତି ଅନୁଭବ । ବେଡ୍‌ରେ ତାଙ୍କ ବାପା ଶେଷ ନିଦ୍ରାରେ ଶୋଇଥିବା ବେଳେ ଛୋଟ ପିଲାଙ୍କ ପରି କାନ୍ଦୁଛନ୍ତି ଅନୁଭବ । ଖାଲି ଏତିକି ନୁହେଁ, ସେ ତାଙ୍କ ବାପାଙ୍କୁ ଜାବୁଡ଼ି ଧରି ଶେଷଥର ପାଇଁ ଗେଲ ବି କରୁଛନ୍ତି । ଏହି ଦୃଶ୍ୟ ସମସ୍ତଙ୍କ ଆଖିରେ ଲୁହ ଭରି ଦେଇଛି ।

Advertisement

Leave a Reply

Your email address will not be published. Required fields are marked *