Pratidin TV

Odisha's Digital News Platform

ମମତାଙ୍କ ଚିଠିରେ କଡା ଜବାବ ଦେଲା କେନ୍ଦ୍ର, ମହିଳାଙ୍କ ସୁରକ୍ଷା ଦେବାରେ ବିଫଳ ପଶ୍ଚିମବଙ୍ଗ

1 min read

ପଶ୍ଚିମବଙ୍ଗରେ ଦୁଷ୍କର୍ମ ଏବଂ ପୋକ୍‌ସୋ ମାମଲା ବିଚାର ଅପେକ୍ଷାରେ ପଡ଼ି ରହିଥିବାବେଳେ ମମତା ବାନାର୍ଜୀ ସରକାର ଅବଶିଷ୍ଟ ୧୧ଟି ଫାଷ୍ଟ-ଟ୍ରାକ୍‌ କୋର୍ଟ ପ୍ରତିଷ୍ଠା କରିବାରେ ବିଫଳ ହୋଇଥିବା କେନ୍ଦ୍ର କହିଛି। ମହିଳା ଓ ଝିଅମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ନିରାପତ୍ତା ପଦକ୍ଷେପ କାର୍ଯ୍ୟକାରୀ କରିବାରେ ବିଫଳତା ପାଇଁ ପଶ୍ଚିମବଙ୍ଗ ସରକାରଙ୍କୁ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ ସମାଲୋଚନା କରିଛନ୍ତି।

ସୂଚନା ଅନୁଯାୟୀ, କୋଲକାତାରେ ୩୧ ବର୍ଷୀୟ ମହିଳା ରେସିଡେଣ୍ଟ ଡାକ୍ତରଙ୍କ ଦୁଷ୍କର୍ମ ଓ ହତ୍ୟା ଘଟଣା ପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦେଶର ମହିଳାଙ୍କ ସୁରକ୍ଷା ନିଶ୍ଚିତ କରିବା ନିମନ୍ତେ ପରାମର୍ଶଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଥିଲେ। କେନ୍ଦ୍ର ସରକାର ଏହି ଚିଠିର ଜବାବ ଦେଇଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମମତା ଲେଖିଥିବା ପତ୍ରର ଜବାବରେ ସୋମବାର କେନ୍ଦ୍ର କହିଛି | କେନ୍ଦ୍ରମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ କହିଛନ୍ତି ଯେ ପଶ୍ଚିମବଙ୍ଗରେ ୧୨୩ଟି ଫାଷ୍ଟଟ୍ରାକ କୋର୍ଟ ସ୍ଥାପନ ଲାଗି କେନ୍ଦ୍ର ସରକାର ଅନୁମତି ପ୍ରଦାନ କରିଛନ୍ତି। ପଶ୍ଚିମବଙ୍ଗରେ ଏବେ ମାତ୍ର ୬ଟି ପାଷ୍ଟଟ୍ରାକ୍ କୋର୍ଟ ସ୍ଥାପନ କରାଯାଇଛି। ମହିଳା ବିରୋଧୀ ମାମଲାର ତ୍ବରିତ ବିଚାର କରି ପୀଡିତାଙ୍କୁ ନ୍ୟାୟ ପ୍ରଦାନ ଲାଗି କେନ୍ଦ୍ର ସରକାର ଫାଷ୍ଟଟ୍ରାକ୍ ସ୍ଥାପନ ବ୍ୟବସ୍ଥା ଆପଣାଇଛନ୍ତି। ଏହି ଫାଷ୍ଟଟ୍ରାକ୍ କୋର୍ଟ ମଧ୍ୟରୁ ନାବାଳିକା ଯୌନ ନିର୍ଯାତନାର ବିଚାର ପାଇଁ ସ୍ବତନ୍ତ୍ର ପକ୍‌ସୋ କୋର୍ଟ ସ୍ଥାପନ କରାଯାଉଛି। ଦେଶରେ ଏବେ ୭୫୨ଟି ଫାଷ୍ଟଟ୍ରାକ୍‌ କୋର୍ଟ କାର୍ଯ୍ୟକ୍ଷମ ଥିବାବେଳେ ପଶ୍ଚିମବଙ୍ଗରେ ମାତ୍ର ୬ଟି ଫାଷ୍ଟଟ୍ରାକ୍ କୋର୍ଟ। ଏହି ୬ଟି ଯାକ ଫାଷ୍ଟଟ୍ରାକ୍ କୋର୍ଟ କେବଳ ପକ୍‌ସୋ ମାମଲାର ଶୁଣାଣି ପାଇଁ ଉଦ୍ଧିଷ୍ଟ। କିନ୍ତୁ ଏଯାଏଁ ମହିଳା ବିରେଧୀ ହିଂସାର ତ୍ବରିତ ଶୁଣାଣି ପାଇଁ ରାଜ୍ୟରେ ଗୋଟିଏ ହେଲେ ଫାଷ୍ଟଟ୍ରାକ୍ କୋର୍ଟ ନାହିଁ। ଦେଶରେ କାର୍ଯ୍ୟକ୍ଷମ ଥିବା ୭୫୨ଟି ଫାଷ୍ଟଟ୍ରାକ୍ କୋର୍ଟ ମଧ୍ୟରୁ ୪୦୯ଟି ହେଉଛି ପକ୍‌ସୋ କୋର୍ଟ। କିନ୍ତୁ ବର୍ତ୍ତମାନ ସୁଦ୍ଧା ୨ଲକ୍ଷ ୫୩ହଜାର ମାମଲାର ରାୟ ପ୍ରକାଶ ପାଇଛି।

ଏହାସହ ପଶ୍ଚିମବଙ୍ଗ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୪୮ ହଜାର ୬୦୦ ଦୁଷ୍କର୍ମ ଓ ପୋକ୍‌ସୋ ମାମଲା ପଡ଼ିରହିଛି, ଏହା ସତ୍ତ୍ବେ ପଶ୍ଚିମବଙ୍ଗ ସରକାର ବଳକା ୧୧ଟି ଫାଷ୍ଟଟ୍ରାକ୍‌ କୋର୍ଟ ଆରମ୍ଭ କରିନାହିଁ। ପଶ୍ଚିମବଙ୍ଗରେ ବର୍ତ୍ତମାନ ସୁଦ୍ଧା ମହିଳା ସହାୟତା ଟୋଲ ଫ୍ରି ନମ୍ବର ଆରମ୍ଭ ହୋଇନାହିଁ।

Leave a Reply

Your email address will not be published. Required fields are marked *