Pratidin TV

Odisha's Digital News Platform

ଚିନ୍ତା ବଢାଉଛି ମଙ୍କିପକ୍ସ : ଏନେଇ ଗାଇଡ୍ ଲାଇନ ଜାରିକଲେ କେନ୍ଦ୍ରସରକାର

1 min read

ନୂଆଦିଲ୍ଲୀ : କରୋନା ସହ ଚିନ୍ତା ବଢାଇଲାଣି ମଙ୍କିପକ୍ସ । ଦେଶରେ କରୋନାର ଚତୁର୍ଥ ପିଢିକୁ ନେଇ ଲୋକେ ଭୟଭିତ ଥିବା ସମୟରେ ,ମଙ୍କିପକ୍ସ ମଧ୍ୟ ଧିରେ ଧିରେ ନିଜର କାୟା ବିସ୍ଥାର କରୁଛି । ତେବେ କେରଳରେ ୨ ଜଣ ଆକ୍ରାନ୍ତ ଦେଖଥବାକୁ ମିଳିଥିବା ବେଳେ ଦିଲ୍ଲୀରେ ମଧ୍ୟ ଆଉ ୨ ଟି ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ବିଶ୍ୱରେ ପ୍ରାୟ ସମସ୍ତ ଦେଶରେ ମଙ୍କିପକ୍ସର ଆକ୍ରାନ୍ତ ବୃଦ୍ଧି ପାଉଥିବାରୁ ବିଶ୍ୱ ସ୍ୱାସ୍ଥସଂଗଠନ ବା ହୁ ତରଫରୁ ଆଗକୁ ଏହି ରୋଗ ବିଶ୍ୱ ଜରୁରୀକାଳୀନ ପରିସ୍ଥିତି ସୃଷ୍ଟି କରିପାରେ ବୋଲି ଚେତାବନି ଦିଆଯାଇଥିଲା ।ସେହିପରି ଭାରତରେ ୪ଟି ମଙ୍କିପକ୍ସ ମାମଲା ଚିହ୍ନଟ ହେବାରୁ ଏହାକୁ ନିୟନ୍ତ୍ରଣ ପାଇଁ ପଦକ୍ଷେପ ଗ୍ରହଣ କରିଛନ୍ତି କେନ୍ଦ୍ରସରକାର ।


କେନ୍ଦ୍ର ପକ୍ଷରୁ ଜାରି କରାଯାଇଥିବା ଗାଇଡଲାଇନ :-
୧.ସଂକ୍ରମିତ ହୋଇଥିବା ବ୍ୟକ୍ତି ତିନି ଥାକ ବାଲା ମାସ୍କ ବ୍ୟାବହାର କରିବେ । ଏହା ସହ ନିଜ ଶରୀରେ ହୋଇଥିବା ଘା ବା ବଥ ଗୁଡିକୁ ଯଥା ସମ୍ଭବ ଘୋଡାଇ ରଖିବେ ।
୨.ସମ୍ପୂର୍ଣ୍ଣ ସୁସ୍ଥ ନହେବା ପର୍ଯ୍ୟନ୍ତ ଏବଂ ଘା ସମ୍ପୂର୍ଣ୍ଣ ଭାବେ ନ ସୁଖିବା ପର୍ଯ୍ୟନ୍ତ ଆକ୍ରାନ୍ତ ବ୍ୟକ୍ତି ଜଣଙ୍କ ସସଙ୍ରୋଧରେ ହିଁ ରହିବ ।
୩.ସଙ୍କିପକ୍ସ ଆକ୍ରାନ୍ତଙ୍କ ଯତ୍ନ ନେଉଥିବା ବ୍ୟକ୍ତି ପିପିଇ କିଟ୍ ପିନ୍ଧିବେ ।
୪.ସଂକ୍ରମିତ ମଙ୍କିପକ୍ସ ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି ୨୧ଦିନ ଯାଏ ହୋମ ଆଇସୋଲେସନରେ ରହିବେ ।
୫.ଆକ୍ରାନ୍ତ ସଂସ୍ଫର୍ଶରେ ଆସିଥିବାବ୍ୟକ୍ତି ପାଖରେ ଲକ୍ଷଣ ନଥିଲେ ବି ବ୍ଲଡ ସେଲ ଓ ଟିସୁ ଦାନ କରିପାରିବେ ନାହିଁ ।
୬.ସଂକ୍ରମିତ ରୋଗୀଙ୍କ ସଂସ୍ପର୍ଶରେ ଆସୁଥିବା ବ୍ୟକ୍ତି ବାରମ୍ବାର ହାତ ଧୋଇବା ସହ ସାନିଟାଇଜର ମଧ୍ୟ ବ୍ୟବହାର କରିବ ।

Leave a Reply

Your email address will not be published. Required fields are marked *