Pratidin TV

Odisha's Digital News Platform

ବଢ଼ିଲା ଧାନ ସର୍ବନିମ୍ନ ସହାୟକ ଦର

1 min read

ବଢ଼ିଲା ଧାନର ସର୍ବନିମ୍ନ ସହାୟକ ମୂଲ୍ୟ | ୧୪ଟି ଖରିଫ ଫସଲ ଲାଗି ବଢିଛି ଏମଏସପି। କେନ୍ଦ୍ର କ୍ଯାବିନେଟ ବୈଠକରେ ଧାନର ଏମଏସପି ୧୧୭ ଟଙ୍କା ବଢାଯାଇ କରାଯାଇଛି ୨୩ଶହ ଟଙ୍କା। ୨୦୧୩-୧୪ରେ ଧାନର ଏମଏସପି ଥିଲା ୧୩୧୦ ଟଙ୍କା। କପାର ଏମଏସପି ବଢାଯାଇଛି ୫୦୧ ଟଙ୍କା। ସେହିପରି ରାଗି, ବାଜରା, ମକାର ଏମଏସପି ମଧ୍ଯ ବୃଦ୍ଧି କରାଯାଇଛି। ଦେଶର କେନ୍ଦ୍ର ସରକାର ପ୍ରତିଷ୍ଠା କରିବେ ୨ ଲକ୍ଷ ଗୋଦାମ | ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ |

ଅଶ୍ୱିନୀ ବୈଷ୍ଣବ କହିଛନ୍ତି, “ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଐତିହାସିକ ତୃତୀୟ ଟର୍ମରେ ଆଜି କ୍ୟାବିନେଟ ବୈଠକରେ ଅନେକ ମହତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଆପଣମାନେ ଜାଣିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନ୍ନଦାତା କୃଷକମାନଙ୍କୁ ସବୁବେଳେ ପ୍ରାଥମିକତା ଦେଇ ଆସିଛନ୍ତି। ନିଜ କାର୍ଯ୍ୟକାଳର ପ୍ରଥମ ଦିନରେ ସେ ଚାଷୀଙ୍କ ପାଇଁ ବଡ଼ ନିଷ୍ପତ୍ତି ନେଇଥିଲେ। ଧାନର ଏମସଏସପି ସହ ୧୪ଟି ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ନେଇ କ୍ୟାବିନେଟ ନିଷ୍ପତ୍ତି ହୋଇଛି। ଯାହା ମଧ୍ୟରେ ରାଗି, ବାଜରା, ଜ, ମକା ଏବଂ ତୁଳା ଆଦି ରହିଛି।

ଆଜି ମଧ୍ୟ କ୍ୟାବିନେଟରେ ଚାଷୀଙ୍କ ସହ ଜଡ଼ିତ ମହତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଖରିଫ ଋତୁ ଆରମ୍ଭ ହେଉଛି। ତେଣୁ ୧୪ଟି ଖରିଫ ଫସଲର ଏମଏସ୍‌ପି ବୃଦ୍ଧି ପାଇଁ ଆଜି କ୍ୟାବିନେଟ ନିଷ୍ପତ୍ତି ନେଇଛି। ୨୦୧୮ରେ କେନ୍ଦ୍ରୀୟ ବଜେଟରେ ନିଷ୍ପତ୍ତି ହୋଇଥିଲା ଯେ ଏମଏସ୍‌ପି ଉତ୍ପାଦ ଖର୍ଚ୍ଚର ୧.୫ ଗୁଣ ରହିବ।

Leave a Reply

Your email address will not be published. Required fields are marked *