Pratidin TV

Odisha's Digital News Platform

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା, ପାଳନ ହେବ ‘ସମ୍ବିଧାନ ହତ୍ୟା ଦିବସ ..

1 min read

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା ପ୍ରତିବର୍ଷ ପାଳନ ହେବ ‘ସମ୍ବିଧାନ ହତ୍ୟା ଦିବସ । ଦେଶରେ ପ୍ରତିବର୍ଷ ଜୁନ ୨୫କୁ ‘ସମ୍ବିଧାନ ହତ୍ୟା ଦିବସ’ ଭାବେ ପାଳନ କରିବାକୁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଘୋଷଣା କରିଛନ୍ତି। ୧୯୭୫ ଜୁନ ୨୫ରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରାଯାଇଥିବାରୁ ଏହିଦିନକୁ ସମ୍ବିଧାନ ହତ୍ୟା ଦିବସ ଭାବେ ପାଳନ କରାଯିବ। ତେବେ ଏନେଇ କେନ୍ଦ୍ର ସରକାର ମଧ୍ୟ ବିଜ୍ଞପ୍ତି ଜାରି କରିଛନ୍ତି। କେନ୍ଦ୍ର ମନ୍ତ୍ରୀ ଅମିତ ଶାହା ମଧ୍ୟ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି।

ସୋସିଆଲ ମିଡିଆରେ ପୋଷ୍ଟ କରି ଅମିତ ଶାହା କହିଛନ୍ତି, ୧୯୭୫ ଜୁନ ୨୫ର ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଏକଛତ୍ରବାଦୀ ଶାସନ କରିଥିଲେ। ଦେଶ ଉପରେ ଜରୁରୀକାଳୀନ ପରିସ୍ଥିତି ଲଗାଇ ସେ ଆମ ଗଣତନ୍ତ୍ରର ଆତ୍ମାକୁ ମୂକ କରି ଦେଇଥିଲେ। ବିନା ଦୋଷରେ ଲକ୍ଷ ଲକ୍ଷ ଲୋକଙ୍କୁ ଜେଲରେ ରଖାଯାଇଥିଲା ଏବଂ ଗଣମାଧ୍ୟମର ସ୍ବରକୁ ମଧ୍ୟ ଚାପି ଦିଆଯାଇଥିଲା। ସେଥିପାଇଁ ଭାରତ ସରକାର ପ୍ରତିବର୍ଷ ଜୁନ ୨୫କୁ ‘ସମ୍ବିଧାନ ହତ୍ୟା ଦିବସ’ ଭାବରେ ପାଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି ସେ କହିଛନ୍ତି।

Advertisement

Leave a Reply

Your email address will not be published. Required fields are marked *