Pratidin TV

Odisha's Digital News Platform

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା  , ବଦଳିଲା ପୋର୍ଟବ୍ଲେୟାର   ନାମ..

1 min read

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା ।  ବଦଳିଲା ଆଣ୍ଡାମାନ ନିକୋବର ଦ୍ବୀପପୁଞ୍ଜରେ ଥିବା ପୋର୍ଟବ୍ଲେୟାରର ନାଁ ।  ସରକାର ପୋର୍ଟ ବ୍ଲେୟାରର ନାମକୁ ‘ଶ୍ରୀ ବିଜୟପୁରମ୍’ ରେ ପରିବର୍ତ୍ତନ କରିଛନ୍ତି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଟୁଇଟ୍ କରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଏନେଇ  ଗୃହମନ୍ତ୍ରୀ ତାଙ୍କ ଟ୍ୱିଟରେ ପୋଷ୍ଟ କରି ସୂଚନା ଦେଇଛନ୍ତି  । ସେ ଲେଖିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦେଶକୁ ଦାସତ୍ୱର ସମସ୍ତ ପ୍ରତୀକରୁ ମୁକ୍ତ କରିବା ପାଇଁ ସଂକଳ୍ପବଦ୍ଧ ହୋଇ ଶୁକ୍ରବାର ଗୃହ ମନ୍ତ୍ରଣାଳୟ ପୋର୍ଟ ବ୍ଲେୟାରକୁ ‘ଶ୍ରୀ ବିଜୟପୁରମ୍’ ନାମରେ ନାମିତ କରିବାକୁ ନିଷ୍ପତ୍ତି ନେଇଛି।

ସେ ଆହୁରି ଲେଖିଛନ୍ତି, ‘ଶ୍ରୀ ବିଜୟ ପୁରମ ନାମ ଆମର ସ୍ବାଧୀନତା ସଂଗ୍ରାମ ଏବଂ ଏଥିରେ ଆଣ୍ଡାମାନ ଓ ନିକୋବରର ଯୋଗଦାନକୁ ଦର୍ଶାଉଛି । ଆମ ଦେଶର ସ୍ବାଧୀନତା ଏବଂ ଇତିହାସରେ ଏହି ଦ୍ବୀପର ଭୂମିକା ଅଦ୍ବିତୀୟ । ଚୋଳ ସାମ୍ରାଜ୍ୟ ଲାଗି ନୌସେନା ବେସ ପାଲଟିଥିବା ଆଣ୍ଡାମାନ ଆଜି ଦେଶର ସୁରକ୍ଷା ଓ ବିକାଶକୁ ଗତି ଦେବା ଲାଗି ପ୍ରସ୍ତୁତ । ପ୍ରଥମେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଦ୍ବାରା ତ୍ରିରଙ୍ଗା ଉଡ଼ାଇବା ପାଖରୁ ଆରମ୍ଭ କରି ସେଲୁଲାର ଜେଲରେ ରହି ବୀର ସାବରକର ଏବଂ ଅନ୍ୟ ସ୍ବାଧୀନତା ସଂଗ୍ରାମୀଙ୍କ ଲଢ଼େଇର ଭୂମି ଥିଲା ଏହି ଦ୍ବୀପ ।’

Leave a Reply

Your email address will not be published. Required fields are marked *