Pratidin TV

Odisha's Digital News Platform

ବେସରକାରୀ –ସରକାରୀ ପିଲାଙ୍କ ପାଇଁ ରହିବ ଗୋଟିଏ ଆଇକାର୍ଡ, ଏବେ ‘ଗୋଟିଏ ଦେଶ-ଗୋଟିଏ ଆଇକାର୍ଡ’

ନୂଆଦିଲ୍ଲୀ : ସ୍କୁଲ ପିଲାମାନଙ୍କ ପାଇଁ ହେଲା ବଡ ଘୋଷଣା । ଦେଶରେ ଥିବା ସମସ୍ତ ସରକାରୀ ଏବଂ ବେସରକାରୀ ସ୍କୁଲଗୁଡିକ ଲାଗି ମିଳିବ ସ୍ୱତନ୍ତ୍ର ପରିଚୟପତ୍ର ନମ୍ବର । ଏନେଇ ଜାତୀୟ ଶିକ୍ଷା ନୀତି ୨୦୨୦ ଅନୁଯାୟୀ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି ।ଏଣିକି ସବୁ ସ୍କୁଲ ପିଲାଙ୍କ ଲାଗି ଗୋଟିଏ ଦେଶ ଗୋଟିଏ ପରିଚୟ ପତ୍ର ଅଣାଯିବ । ଯାହାର ନାଁ ଅଟୋମେଟେଡ ପରମାନେଣ୍ଟ ଏକାଡେମିକ ଆକାଉ ରେଜିଷ୍ଟ୍ରି ରହିବ । ପ୍ରାଇମେରୀ ଠାରୁ ଆରମ୍ଭ କରି ଉଚ୍ଚଶିକ୍ଷା ପର୍ଯ୍ୟନ୍ତ ସମସ୍ତ ଛାତ୍ରଛତ୍ରୀମାନଙ୍କ ପାଇଁ ୧୨ ଟିକିଆ ନମ୍ବର ରହିବ । ଏଜୁକେସନ ଇକୋସିଷ୍ଟମ ରେଜିଷ୍ଟ୍ରି ଭାବେ ଏପିଏଏଆର ଆଜୀବନ ପରିଚୟ ପତ୍ର ହୋଇ ରହିବ ଏବଂ ଏହା ପିଲାମାନଙ୍କୁ ପାଠ୍ୟକ୍ରମ ଯାତ୍ରାକୁ ସମ୍ପୂଣ୍‌ର୍ଣ ରୂପେ ଟ୍ରାକ କରିବ । ସମସ୍ତ ଛାତ୍ରଛାତ୍ରୀଙ୍କୁ ଏପିଏଏଆର ଆଇଡି ବନାଇବା ଲଗା ଥିବା ପ୍ରକ୍ରିିୟାକୁ ଆରମ୍ଭ କରିବାକୁ ମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

କ୍ୟୁଆର କୋଡ ଜରିଆରେ ଛାତ୍ରଛାତ୍ରୀଙ୍କ ଦକ୍ଷତା ଏବଂ ଉପଲବ୍ଧି ଷ୍ଟୋର ହୋଇ ରହିବ । ଏଡ଼େି ଏଆଇସିଟିଇ ଅଧ୍ୟକ୍ଷ ଟିଜି ସୀତାରମଣ କହିଛନ୍ତି । ରାଜ୍ୟର ସ୍କୁଲ ଶିକ୍ଷା ବିଭାଗ ଏପିଏଏଆର ଆଇଡି ବନାଇବା ଲାଗି ଶିକ୍ଷାନୁଷ୍ଠାନ କୁ ପିଲାମାନଙ୍କ ସହ ଆଲୋଚନା କରିବାକୁ ୧୬ ରୁ ୧୮ ଭିତରେ ବୈଠକ କରିବାକୁ କୁହାଯାଇଛି । ଏହି ପରିଚୟପତ୍ରରେ ପିଲାମାନଙ୍କ ବ୍ଲଡ ଗ୍ରୁପ ଠାରୁ ଆରମ୍ଭକରି ଉଚ୍ଚତା ଧଜନ, ନାମ ,ଜନ୍ମତାରିଖ ପ୍ରମୁଖ ରହିବ । ଆଉ ଏହାକୁ ଅପଡେଟ ରଖିବାକୁ ଶିକ୍ଷକମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଏହି ପରିଚୟପତ୍ର ତିଆରି ପାଇଁ ମାତାପିତାଙ୍କ ସହମତି ଅତ୍ୟନ୍ତ ଜରୁରୀ ବୋଲି କୁହାଯାଇଛି । ବିନା ସହମତିରେ ସେମାନଙ୍କ ପିଲାମାନଙ୍କ ଆଇଡିକାର୍ଡ ହେବ ନାହିଁ ବୋଲି ସରକାର କହିଛନ୍ତି । ତେବେ ପିଲାମାନଙ୍କ ସମସ୍ତ ପ୍ରମାଣ ପୋଟାର୍ଲ ସାଇଟରେ ସ୍କୁଲକୁ ଅପଲୋଡ କରିବାକୁ ଦାୟିତ୍ୱଦିଆଯାଇଛି ।

Leave a Reply

Your email address will not be published. Required fields are marked *