Pratidin TV

Odisha's Digital News Platform

କଫ୍ ସିରପ୍ ଖାଇ ୬୬ ଶିଶୁ ମୃତ , WHO ତଦନ୍ତରେ ଭାରତୀୟ କଫ୍ ସିରପ୍

1 min read

ନୂଆଦିଲ୍ଲୀ : ସନ୍ଦେହ ଘେରରେ ଭାରତ ପ୍ରସ୍ତୁତ ୪ ଟି କଫ୍ ସିରପ୍ । ଭାରତରେ ପ୍ରସ୍ତୁତ ହେଉଥିବା କଫ୍‌ସିରପ୍ ଖାଇ ଗାମ୍ବିଆରେ ଏଯାଏଁ ୬୬ ଜଣ ଛୋଟ ପିଲାଙ୍କ ମୃତ୍ୟୁ ହୋଇଛି । ଏନେଇ ଭାରତର ହରିଆଣାରେ ମୈଡେନ ଫାର୍ମାସିଟ୍ୟୁକାଲ୍ସ ପ୍ରସ୍ତୁତ କରିଥିବା ୪ଟି କଫ୍ ଏବଂ କୋଲ୍ଡ ସିରପର ଯାଞ୍ଚ କରିବWHO ବିଶ୍ୱ ସ୍ୱାସ୍ଥ ସଂଗଠନ ।

ତେବେ WHO ର ମୁଖ୍ୟ ଟେଡ୍ରୋସ୍ ଆଡାନୋମ ଗେବ୍ରେଏସସ୍ ରିସର୍ଚ ଅନୁଯାୟୀ ମୈଡେନ ଫାର୍ମାସିଟ୍ୟୁକାଲ୍ସ ପ୍ରସ୍ତୁତ କରିଥିବା ୪ଟି କଫ୍ ଏବଂ କୋଲ୍ଡ ସିରପ ପିଲାଙ୍କ କିଡନୀ ଉପରେ ବହୁ ମାତ୍ରାରେ ପ୍ରଭାବ ପକାଉଛି । ଯାହାଦ୍ୱରା ଗାମ୍ବିଆରେ ପ୍ରାୟ ୬୬ ଶିଶୁଙ୍କର ମୃତ୍ୟୁ ହେଲାନି । ଏନେଇ WHO ମୈଡେନ ଫାର୍ମାସିଟ୍ୟୁକାଲ୍ସର ସିରପ ଗୁଡ଼ିକ ପ୍ରତି ସତର୍କ ରହିବାକୁ କହିଛି।
ହୁ’ ପକ୍ଷରୁ ଟ୍ୱିଟ କରି କୁହାଯାଇଛି ଯେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଗାମ୍ବିଆରେ ଠାବ ହୋଇଥିବା ୪ଟି ଦୂଷିତ ବା ବିବାଦୀୟ ମେଡିକାଲ ପ୍ରଡକ୍ଟ ପାଇଁ ଆଲର୍ଟ ଜାରି କରିଛି। ଏହି ୪ ମେଡିକାଲ ପ୍ରଡକ୍ଟର ଲିଙ୍କ ଭୟଙ୍କର କିଡ୍ନୀ ସମସ୍ୟା ଓ ୬୬ ଛୋଟ ପିଲାଙ୍କ ମୃତ୍ୟୁ ସହ ରହିଥିବା ଦୃଢ଼ ଆଶଙ୍କା ରହିଛି।

Advertisement

ବର୍ତ୍ତମାନ ହୁ ଉକ୍ତ କମ୍ପାନୀ ଏବଂ ଭାରତୀୟ ପ୍ରାଧିକୃତ ଅଧିକାରୀଙ୍କ ସହ ମିଶି କରୁଛି । ଏହା ପୂର୍ବରୁ ହୁ ଏହି ଉତ୍ପାଦଗୁଡିକର ନିରାପତ୍ତା ଏବଂ ଗୁଣାବତ୍ତା ଉପରେ ହୁ ଗ୍ୟାରେଣ୍ଟି ପ୍ରଦାନ କରିନାହିଁ ବୋଲି ସୂଚନା ଦେଇଥିଲା । ଏହାପରେ ଯାଞ୍ଚରୁ ଜଣା ପଡିଚି ଯେ କପ ସିରପ ଗୁଡ଼ିକରେ ଗ୍ରହଣଯୋଗ୍ୟ ହେଉ ନଥିବା diethylene glycol and ethylene glycol ରହିଛି। ଏହା ଅତ୍ୟନ୍ତ ମାରାତ୍ମକ। ବର୍ତ୍ତମାନ ସୁଦ୍ଧା ଏହି ମାରାତ୍ମକ କପ ସିରପ କେବଳ ଗାମ୍ବିଆରେ ଠାବ ହୋଇଛି। କିନ୍ତୁ ଏହା ବିଶ୍ୱର ଅନ୍ୟ ପ୍ରାନ୍ତକୁ ମଧ୍ୟ କମ୍ପାନୀ ତରଫରୁ ଯୋଗାଣ ହୋଇଥିବା ଆଶଙ୍କା କରାଯାଉଛି।

କଫ୍ ସିରପ୍ ଖାଇବା ପରର ଲକ୍ଷଣ –
ତେବେ ଏହି କଫ୍ ସିରପର ସାଇଡିକ୍କ୍ ସ୍ୱରୂପ ଶିଶୁମାନଙ୍କ ପେଟରେ ଯନ୍ତ୍ରଣା ହେବା ,ଝାଡା ବାନ୍ତି,ପରିଶ୍ରାନହେବା,ମାନସିକ ସ୍ଥିତିରେ ପରିବର୍ତ୍ତନ ଦେଖାଦେବା ସହ କିଡନୀରେ ମଧ୍ୟ ଏହାର ପ୍ରଭାବ ତୀବ୍ର ଭାବରେ ପଡେ । ଯାହା ଫଳରେ ଶିଶୁମାନଙ୍କର ମୃତ୍ୟୁ ହୋଇଥାଏ ।

ସତର୍କ –
ତେଣୁ ସମସ୍ତେ ଏଥିପ୍ରତି ସତର୍କ ରହିବା ଦରକାର। ସେହିପରି ବିବାଦୀୟ କପ ସିରପକୁ ଠାବ କରି ବିଶ୍ୱର ବିଭିନ୍ନ ରାଷ୍ଟ୍ର ତୁରନ୍ତ ଏହା ଉପରେ ବ୍ୟାନ ଲଗାନ୍ତୁ। ଏହାଦ୍ୱାରା ଅଧିକ ଅଘଟଣ ଘଟିବ ନାହିଁ ବୋଲି ହୁ’ ପକ୍ଷରୁ ଆଲର୍ଟ ଜାରି କରାଯାଇଛି।

Leave a Reply

Your email address will not be published. Required fields are marked *