Pratidin TV

Odisha's Digital News Platform

ଚେନ୍ ଚୋର ଗ୍ୟାଙ୍ଗକୁ କାବୁ କଲା ପୋଲିସ: ୭ଟି ବାଇକ ସହିତ ୩ ଗିରଫ (Video)

1 min read

ଭୁବନେଶ୍ୱର: ଖୋରଧା ଆଦର୍ଶ ଥାନା ପକ୍ଷରୁ ଚଢ଼ାଉ କରାଯାଇ ୭ ଚୋରା ବାଇକି,୯ ସୁନା ଚେନ ସହିତ ଏଥିରେ ସମ୍ପୃକ୍ତ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସୂଚନା ଅନୁସାରେ ଗତ ୧୪ ତାରିଖ ଅପରାହ୍ନ ରେ ପ୍ରୀତି ମିଶ୍ର ନାମକ ମହିଳା ନିଜ ମହିଳା ବନ୍ଧୁ ଲଷ୍ମୀପ୍ରିୟା ତ୍ରିପାଠୀ ଙ୍କ ସହ ଏକ ସ୍କୁଟି ଯୋଗେ ବ୍ୟାଙ୍କ ଛକରୁ ନୂଆ ବସ ଷ୍ଟାଣ୍ଡ ଯାଉଥିବା ବେଳେ ଦୁର୍ବୃତ୍ତ ମାନେ ଲଷ୍ମୀପ୍ରିୟା ବେକ ରୁ ଏକ ସୁନା ଚେନ ଝାମ୍ପି ନେଇ ଫେରାର ହୋଇଯାଇଥିଲେ ।ଏ ନେଇ ଆଦର୍ଶ ଥାନା ପକ୍ଷରୁ କେଶ ନମ୍ବର -୨୯୫/୨୦୨୨ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଥିଲା । ଏହି ଘଟଣା କୁ ଖୋରଧା ଏସପି ସିଦ୍ଧାର୍ଥ କଟାରିଆ ଗୁରୁତ୍ୱ ର ସହିତ ନେଇ ଖୋରଧା ଏସଡ଼ିପିଓ ସୁଶୀଲ ମିଶ୍ର ଓ ଭାରପ୍ରାପ୍ତ ଆଦର୍ଶ ଥାନା ଅଧିକାରୀ ତଥା ଡି ଏସପି ସଞ୍ଜୟ କୁମାର ପଟ୍ଟନାୟକଙ୍କ ନେତୃତ୍ୱରେ ଏକ ଟିମ ଗଠନ କରାଯାଇ ଖୋରଧା ର ବିଭିନ୍ନ ସ୍ଥାନ ଚଢ଼ାଉ କରାଯାଇଥିଲା ।ଆଜି ଏହି ଚଢ଼ାଉ ରେ ୩ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ।

ଗିରଫ ଅଭିଯୁକ୍ତ ହେଲେ କାଳୀ ପ୍ରସାଦ ରାଉଳ,,ଗଡ଼ ଖୋରଧା, (୨୬)ସୁନୀଲ ମାନସିଂହ ନନ୍ଦପୁର,ଖୋରଧା(୨୮)ଏବଂ ସୁନା ବେପାରୀ ବିଭୂତି ଭୂଷଣ ସାହୁ(୩୨)ରାଇଘରପୁର,,ଗଡ଼ିଶା ଗୋଦା, ପୁରୀ । ଅଭିଯୁକ୍ତ ମାନେ ନୂଆ ବସ ଷ୍ଟାଣ୍ଡ, ପିତାପଲ୍ଲୀ, ଯାଆଁଳା, ବ୍ୟାଙ୍କ ଛକ,,ଟିଏଲ ସି ରୋଡ଼,ଭୁବନେଶ୍ୱର ଭରତପୁର, ଜଟଣୀ,ଅଞ୍ଚଳରୁ ଉକ୍ତ ଚେନ ଲୁଟ କରୁଥିଲେ । ଅଭିଯୁକ୍ତ ମାନେ ଚୋରି ଚେନ କୁ ମଣପୁରମ ଗୋଲଡ଼ ଲୋନ,,ଆଇ ଆଇ ଏଫ ଏଲ ବ୍ୟାଙ୍କ ରୁ ୭ ଗୋଟି ସୁନା ଚେନ ବନ୍ଧକ ରଖି ଋଣ ନେଇଥିବାବେଳେ ବାକି ସୁନା ଚେନ ବଣିଆ ଠାରୁ ଜବତ କରିଛି ।

Advertisement

ଅଭିଯୁକ୍ତ ମାନେ ଏକାଧିକ ମୋଟର ସାଇକେଲ ଚୋରି ମାମଲାରେ ଜଡିତ ଥିବା ପୋଲିସ ଜାଣିବାକୁ ପାଇବା ସହିତ ସେମାନଙ୍କ ଠାରୁ ୭ ଗୋଟି ଚୋରା ମୋଟର ସାଇକେଲ ଜବତ କରିଛି ।ଏମାନେ ଅନେକ ଚୋରି କେଶ ରେ ସମ୍ପୃକ୍ତ ଥିବା ବେଳେ ଆଜିର ସ୍ଵତଂତ ଟିମ ରେ ଅତିରିକ୍ତ ଥାନା ଅଧିକାରୀ ରିତମ୍ଭର କର,ଏସ ଆଇ ସୁକାନ୍ତ ଦଳେଇ,ପଦ୍ମଲୋଚନ ବେହେରା,ଏ ଏସ ଆଇ ପବିତ୍ର ମୋହନ ପ୍ରଧାନ,ଓ ଅନ୍ୟ କର୍ମଚାରୀ ସାମିଲ ଥିଲେ ।

Leave a Reply

Your email address will not be published. Required fields are marked *