ଗୋଡରେ ବନ୍ଧା ହୋଇଛି ଶିକୁଳୀ ; ଛତିଶଗଡ଼ରୁ ମହାନଦୀ ପାଣିରେ ଭାସି ଆସିଲେ ଅସହାୟ ମହିଳା , ଓଡିଶାରେ ମତ୍ସ୍ୟଜୀବୀ କଲେ ଉଦ୍ଧାର……
1 min readମହାନଦୀରେ ଛତିଶଗଡରୁ ଓଡିଶାକୁ ଭାସି ଆସିଲେ ମହିଳା । ଆଉ ସବୁଠୁ ଆଶ୍ଚର୍ଯ୍ୟ କଥା ମହିଳାଙ୍କ ଗୋଡ଼ରେ ଲୁହା ଶିକୁଳି (ବେଡି) ଲାଗିଥିବା ଅବସ୍ଥାରେ ମହିଳା ଜଣଙ୍କୁ ମହାନଦୀ ଅକାତ କାତ ଜଳ ମଧ୍ୟରୁ ଜୀବିତ ଉଦ୍ଧାର ହେବା ସହ ସମ୍ପୂର୍ଣ୍ଣ ସୁସ୍ଥ ମଧ୍ୟ ଅଛନ୍ତି । ମହିଳା ଜଣଙ୍କ ହେଉଛନ୍ତି ଛତିଶଗଡ ରାୟଗଡ ଜିଲ୍ଲା ପୁସୋର ଥାନା ଅଧିନ ପୁରଥ ଗ୍ରାମର ବୋଲି ଜଣାପଡିଛି । ମହାନଦୀର ପାଣିରେ ପ୍ରାୟ ୫୦ କିଲୋମିଟରରୁ ଅଧିକ ଭାସି ଆସିଲେ ମହିଳା। ଛତିଶଗଡ଼ ପୁରଥରୁ ମହାନଦୀ ପାଣିରେ ଭାସି ଆସି ସୁରକ୍ଷିତ ଅବସ୍ଥାରେ ଝାରସୁଗୁଡ଼ା ପଲସଦାରୁ ଉଦ୍ଧାର ହେଇଛନ୍ତି ମହିଳା। ପଲସଦା ଠାରେ ମତ୍ସ୍ୟଜୀବୀମାନଙ୍କ ଦ୍ୱାରା ମହିଳାଙ୍କୁ ଉଦ୍ଧାର କରାଯାଇଛି।
ମହାନଦୀ ପାଣିରେ ୬୦ କିଲୋମିଟର ଭାସିବା ପରେ ସୁରକ୍ଷିତ ଉଦ୍ଧାର ହେଲେ ଛତିଶଗଡ଼ ର ମହିଳା।୪ ବର୍ଷ ପରେ ପୁଣି ଥରେ ପୁନରାବୃତ୍ତି ହେଲା ସୋନି ଯାଦବ ଘଟଣା।ଛତିଶଗଡ଼ ର ପୁରଥ ନିକଟ ରେ ମହାନଦୀ ରେ ଭାସି ଆସିଲେ ସରୋଜିନୀ ଚୌହାନ ।ଆଜି ସକାଳୁ ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ପଲସଦା ନିକଟରେ ମହାନଦୀ କୂଳରେ ଲାଗି ଥିଲେ ସରୋଜିନୀ।ମହାନଦୀ ରେ ମାଛ ମାରିବାକୁ ଯାଇଥିବା ମତ୍ସ୍ୟଜୀବୀ ମାନେ ସରୋଜିନୀ କୁ ଉଦ୍ଧାର କରିଥିଲେ।ଉଦ୍ଧାର ପରେ ସରୋଜିନୀ ର ଗୋଡ଼ରେ ଲୁହା କଡ଼ି ବନ୍ଧା ହୋଇଥିଲା ।ତେବେ ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ପୋଲିସ କୁ ହସ୍ତାନ୍ତର କରିଥିବା ବେଳେ ଆଜି ପୋଲିସ ତାଙ୍କ ପରିବାର କୁ ହସ୍ତାନ୍ତର କରିଛି।
ତେବେ ସୂଚନା ଅନୁଯାୟୀ ୫ ବର୍ଷ ପୂର୍ବେ ସରୋଜିନୀ ର ବିବାହ ସରୀୟା ଥାନା ଅଞ୍ଚଳ ରେ ହୋଇଥିଲା।ବିବାହ ର ୩ ମାସ ପରେ ତାଙ୍କ ସରୋଜିନୀ ମାନସିକ ଜନିତ ରୋଗରେ ପୀଡ଼ିତ ହୋଇଥିଲେ। ତେବେ ମାନସିକ ଜନିତ ରୋଗରେ ପୀଡ଼ିତ ଥିବା ବେଳେ ତାଙ୍କୁ ପରିବାର ଲୋକେ ନିଜ ଘରକୁ ଆଣି ଥିଲେ।ହେଲେ ବିଗତ ଗୋଟିଏ ମାସ ମଧ୍ୟରେ ଟିକିଏ ଅବନତି ଦେଖିବାକୁ ମିଳିଥିଲା। ଗ୍ରାମସଭା ର ନିଷ୍ପତି ଅନୁଯାୟୀ ଗୋଡ଼ରେ ଶିକୁଳି ବାନ୍ଧି ଲେ କୁଆଡେ ଯିବେ ନାହିଁ। ତେବେ ଗତ କାଲି ରାତିରେ ପରିବାର ବର୍ଗ ଙ୍କ ସହିତ ଖାଇ ସରିବା ପରେ ପରିବାର ଲୋକ ଶୋଇବାକୁ ଯାଇଥିଲେ।ଏହି ସମୟ ରେ ସରୋଜିନୀ ନିଜେ କବାଟ ଖୋଲି ନଦୀ ପାଖକୁ ଆସିଥିଲେ।ଏହି ସମୟ ରେ ସେ ଭାସି ଯାଇଥିଲେ ବୋଲି ତାଙ୍କ ଭାଇ ପୋଲିସ ସମ୍ମୁଖରେ ବୟାନ ଦେଇଛନ୍ତି।ତେବେ ବର୍ତ୍ତମାନ ସରୋଜିନୀ ର ସ୍ବାସ୍ଥ୍ୟ ଅବସ୍ଥା ଠିକ ଥିବା ଜଣାପଡିଛି।
ଏହିଭଳି ଏକ ଘଟଣା ୨୦୨୦ ମସିହାରେ ଘଟିଥିଲା।ଛତିଶଗଡ଼ ରୁ ମହାନଦୀ ରେ ଭାସି ଆସି ପ୍ରାୟ ୬୦ କିଲୋମିଟର ସଂଘର୍ଷ ପରେ ସୀମାବର୍ତୀ କୁସୁମେଲ ରେ ଉଦ୍ଧାର ହୋଇଥିଲେ ସୋନି ଯାଦବ।ସୋନିକୁ ଝିଅ ରୂପେ ଗ୍ରହଣ କରି ତତ୍କାଳୀନ ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତି ସୋନି କୁ ଝିଅ କରି ବାହା କରାଇ କନ୍ୟାଦାନ କରିଥିଲେ।