Pratidin TV

Odisha's Digital News Platform

ସମାଜସେବୀ ଉଦୟନାଥଙ୍କୁ ସାଇକେଲ ପ୍ରଦାନ କଲେ ବ୍ଲକ ଅଧ୍ୟକ୍ଷ।

1 min read

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକ ଅଧ୍ୟକ୍ଷଙ୍କ ଲୋକ ପ୍ରିୟତାକୁ ନେଇ ଚର୍ଚ୍ଚା। ଆଜି ଗରଦପୁର ବ୍ଲକ ଅନ୍ତର୍ଗତ ଅନ୍ତେଇ ଗ୍ରାମର ସମାଜସେବୀ ଉଦୟନାଥ ଦାଶଙ୍କୁ ସାଇକେଲ ପ୍ରଦାନ କରି ଚର୍ଚ୍ଚା ସୃଷ୍ଟି କରିଛନ୍ତି ବ୍ଲକ ଅଧ୍ୟକ୍ଷ ଅଭୟ ମହାରାଜ। ନିଜ ବ୍ୟକ୍ତିଗତ ଅନୁଯାୟୀ ଉଦୟନାଥ ଙ୍କୁ ସାଇକେଲ ପ୍ରଦାନ କରି ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛନ୍ତି ଅଭୟ ମହାରାଜ।

ଗରଦପୁର ବ୍ଲକ ଅଧ୍ୟକ୍ଷଙ୍କ ଏହି ମହାନ କାର୍ଯ୍ୟ ପାଇଁ ବିଭିନ୍ନ ମହଲରୁ ପ୍ରସଂସା ଶୁଅ ଛୁଟୁଥିବା ବେଳେ। ଶ୍ରୀ ମହାରାଜଙ୍କୁ ସମାଜସେବୀ ଉଦୟନାଥ ଧନ୍ୟବାଦ ଜଣାଇଛନ୍ତି। ତେବେ ସମାଜସେବୀ ଉଦୟନାଥ ପେଶାରେ ଜଣେ ବ୍ରାହ୍ମଣ ହୋଇଥିବା ବେଳେ ସେ ସବୁ ସମୟରେ ନିଜକୁ ସମାଜସେବାରେ ନିୟୋଜିତ କରିଥାନ୍ତି ।

Advertisement

ଉଦୟନାଥଙ୍କ ଆର୍ଥିକ ପରିସ୍ଥିତି ଏତେଟା ସ୍ୱଚ୍ଛଳ ନଥିବା ବେଳେ ସେ ପାଦରେ ଚାଲି ଚାଲି ସବୁ କାର୍ଯ୍ୟ କରନ୍ତି । ତାସହ ବିଭିନ୍ନ ଗ୍ରାମରେ ଲୋକମାନଙ୍କ ଘରୁ ସାପ ବାହର କରିବା ସହ ସମାଜସେବା ମଧ୍ୟ କରନ୍ତି । ଏନେଇ ଇଲେକ୍ସନ ସମୟରେ ସେ ଚେୟାରମ୍ୟାନଙ୍କୁ ଅନୁରୋଧ କରିଥିଲେ । ତାଙ୍କ ଅନୁରୋଧକୁ ରକ୍ଷା କରି ଚେୟାରମ୍ୟାନ ତାଙ୍କୁ ଏକ ନୁଆ ସାଇକେଲ ପ୍ରଦାନ କରିଛନ୍ତି ।

Leave a Reply

Your email address will not be published. Required fields are marked *