Pratidin TV

Odisha's Digital News Platform

ପାଖେଇ ଆସୁଛି ରାମ ନବମୀ.. ସୁନା-ରୁପାରେ ଖଚ୍ଚିତ ଖାଦିବସ୍ତ୍ର ପରିଧାନ କଲେ ରାମଲାଲା

1 min read

ଆଜିଠାରୁ ଆରମ୍ଭ ହୋଇଛି ଚୈତ୍ର ନବରାତ୍ରୀ | ଏହି ନବମୀରେ ଅଯୋଧ୍ୟାରେ ରାମଲାଲାଙ୍କ ପାଇଁ ଚାଲିଛି ଜୋରସୋରରେ ପ୍ରସ୍ତୁତି | ପାଖେଇ ଆସୁଛି ରାମ ନବମୀ | ସେ ଦିନ ଦର୍ଶନ ପାଇଁ ଅପେକ୍ଷାରେ ଅନେଇ ବସିଛନ୍ତି ଭକ୍ତଗଣ | ଏହି ଚୈତ୍ର ନବରାତ୍ରୀ ଆରମ୍ଭ କରି ରାମ ନବମୀ ପର୍ଯ୍ୟନ୍ତ ସ୍ତ୍ର ପରିଧାନ କରିବେ ରାମଲାଲା ।

ତେବେ ଏହି ୯ ଦିନ ପର୍ଯ୍ୟନ୍ତ ସୁନ୍ଦର ଭାବେ ସଜ୍ଜିତ ହେବେ ରାମଲାଲା | ଦେଶରେ ପ୍ରଥମ ଥର ପାଇଁ ଅଯୋଧ୍ୟାରେ ରାମଲାଲାଙ୍କ ରାମ ନବମୀ ପାଳନ ହେବାକୁ ଯାଉଛି |ତେବେ ଏହି ୯ ଦିନ ପର୍ଯ୍ୟନ୍ତ ଖଦି ବସ୍ତ୍ରରେ ରାମଲଲାଙ୍କୁ ଯେଉଁ ବସ୍ତ୍ର ପିନ୍ଧାଯିବ ସେଥିରେ ସୁନା ଓ ରୁପା ଖଡି ପ୍ରିଣ୍ଟ କରାଯାଇଛି। ଏହି ୯ ଦିନ ଧରି ବିଭିନ୍ନ ରଙ୍ଗର ବସ୍ତ୍ର ପରିଧାନ କରିବେ ବାଳକ ରାମଲାଲା | ତେବେ ଏପ୍ରିଲ ୧୭ ତାରିଖରେ ରାମ ନବମୀ ଥିବାରୁ ଶ୍ରୀ ରାମ ମନ୍ଦିରରେ ବ୍ୟାପକ ପ୍ରସ୍ତୁତ ଚାଲିଛି |

Advertisement

ଜାନୁଆରୀ ୨୨ରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ହେବା ପରେ ଭବ୍ୟ ମନ୍ଦିରରେ ପ୍ରଭୁଙ୍କକର ପ୍ରଥମ କରି ରାମ ନବମୀ ପୂଜା ଅନୁଷ୍ଠିତ ହେବ। ଏଥିପାଇଁ ଅଯୋଧ୍ୟା ସମେତ ସମଗ୍ର ଦେଶରେ ଭବ୍ୟ ପ୍ରସ୍ତୁତି କରାଯାଇଛି।

Leave a Reply

Your email address will not be published. Required fields are marked *