Pratidin TV

Odisha's Digital News Platform

ହେମନ୍ତ ସୋରେନଙ୍କ ସହ ସମ୍ପର୍କ ତୁଟାଇ ଚମ୍ପାଇ ଗଢ଼ିବେ ନୁଅଦଳ !

ନିର୍ବାଚନ ପୂର୍ବରୁ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ  ଲାଗିବ ବଡ ଝଟକା । କାରଣ ଜଏଏମଏମ ସହିତ ସମ୍ପର୍କ ତୁଟାଇବେ ଚମ୍ପାଇ ସୋରେନ । କେବଳ ହେମନ୍ତ ସୋରେନଙ୍କ ହାତ ଛାଡ଼ିନାହାନ୍ତି ବରଂ ନୂଆ ଦଳ ଗଢ଼ିବାକୁ ଘୋଷଣା କରିଛନ୍ତି ଚମ୍ପାଇ । ଯାହା ବିଧାନସଭା ନିର୍ବାଚନରେ ହେମନ୍ତଙ୍କ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ) ଦଳା ପାଇଁ ବଡ଼ କଣ୍ଟା ସାଜିବ ବୋଲି କୁହାଯାଉଛି। ଚମ୍ପାଇ ଦଳ ଛାଡ଼ିବା ପରେ ବିଜେପିରେ ଯୋଗଦେବା ନେଇ ଚର୍ଚ୍ଚା ହେଉଥିଲା। ତାଙ୍କର ଆଗାମୀ ପଦକ୍ଷେପ କ’ଣ ତାହା ଉପରେ ସମସ୍ତଙ୍କ ନଜର ରହିଥିଲା। କିନ୍ତୁ ସାମାଜିକ ଗଣମାଧ୍ୟମରେ ତାଙ୍କର ଏକ ପୋଷ୍ଟକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇପଡ଼ିଛି।

ଚମ୍ପାଇ କହିଛନ୍ତି ଯେ, ସେ ରାଜନୀତିରୁ ସନ୍ନ୍ୟାସ ନେବେନାହିଁ। ବରଂ ନୂଆ ଦଳ ଗଠନ କରିବେ। ସେ ୩ଟି ବିକଳ୍ପ ଧାର୍ଯ୍ୟ କରିଥିଲେ। ପ୍ରଥମଟି ଥିଲା ଅବସର, ୨ୟଟି ସଂଗଠନ ଏବଂ ୩ୟଟି ହେଉଛି ବନ୍ଧୁ। ସେ ଅବସର ନେବେନାହିଁ ବୋଲି କହିବା ସହିତ ନୂଆ ଦଳ ଗଠନ କରି ତାହାକୁ ସୁଦୃଢ଼ କରିବେ ବୋଲି ଘୋଷଣା କରିଛନ୍ତି। ଯଦି ଏହି ଯାତ୍ରାରେ କେହି ଭଲ ବନ୍ଧୁ ମିଳନ୍ତି, ତେବେ ତାଙ୍କ ସହିତ ଆଗକୁ ବଢ଼ିବେ ବୋଲି କହିଛନ୍ତି। ଏହାର ଅର୍ଥ କୌଣସି ଦଳ ଯଦି ତାଙ୍କ ଦଳ ସହିତ ମେଣ୍ଟ କରିବାକୁ ଚାହାଁନ୍ତି, ତେବେ ସେଥିପାଇଁ ଦ୍ଵାର ଉନ୍ମୁକ୍ତ ରହିବ ବୋଲି ଚମ୍ପାଇ ସଙ୍କେତ ଦେଇଛନ୍ତି । ତେବେ ନୂଆ ଦଳ ନାଁ ଏଯାଏଁ ଘୋଷଣା କରିନାହାଁନ୍ତି ଚମ୍ପାଇ ।

Leave a Reply

Your email address will not be published. Required fields are marked *